ଇସ୍‌ଲାମ୍‌ରୁ ହିନ୍ଦୁ ଧର୍ମକୁ ଫେରିଲେ ୩୦ରୁ ଊର୍ଦ୍ଧ୍ୱ ପରିବାର

ଔରଙ୍ଗଜେବ୍‌ଙ୍କ କୋପଦୃଷ୍ଟିରୁ ବର୍ତ୍ତିବା ତଥା ଜୀବନ ରକ୍ଷା ନିମନ୍ତେ ପୂର୍ବ ପିଢ଼ୀ ଆପଣେଇଥିଲେ ଇସ୍‌ଲାମ୍‌କୁ । ଏହି ଘଟଣାକୁ ୩୫୦ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନର ପିଢ଼ୀ ପୁନଃ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ରୀତି ନୀତି ଅନୁସରଣ କରିବାକୁ ଶ୍ରେୟ ମଣିଛନ୍ତି । ଏଭଳି ଘଟଣା ଘଟିଛି ହରିୟାଣା ରାଜ୍ୟ ହିସାର ଜିଲ୍ଲା ଅନ୍ତର୍ଗତ ବିଠ୍‌ମଣ୍ଡା ଗ୍ରାମରେ । ମିଳିଥିବା ଖବର ଅନୁସାରେ, ଜଣେ ବୃଦ୍ଧଙ୍କର ମୃତ୍ୟୁ ପରେ ତାଙ୍କର ଆତ୍ମୀୟସ୍ୱଜନମାନେ ଇସ୍‌ଲାମ୍‌ ପ୍ରଥା ଅନୁଯାୟୀ ଦଫନାଇବା ବା କବର ଦେବା ବଦଳରେ ଅଗ୍ନି ସଂସ୍କାର ପୂର୍ବକ ଶବ ଦାହ କରିଥିଲେ । ଏ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଏବଂ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୃତ ବୃଦ୍ଧଙ୍କର ଅନ୍ତିମ ସଂସ୍କାର କରିଥିବା ପରିବାର ସଦସ୍ୟମାନେ ଉପରୋକ୍ତ ତଥ୍ୟ ପ୍ରଦାନ କରି ସେମାନେ ହିନ୍ଦୁ ଧର୍ମକୁ ଆପଣେଇ ହିନ୍ଦୁ ରୀତି ନୀତି ଅନୁସାରେ ଶବ ଦାହ କରିଥିବା ପ୍ରକାଶ କରିଥିଲେ । ଏହାସହିତ ପରିବାର ସଦସ୍ୟମାନେ ଆହୁରି ମଧ୍ୟ କହିଥିଲେ ଯେ, ଗ୍ରାମବାସୀମାନେ ସେମାନଙ୍କର ପୂର୍ବ ଇତିହାସ ସମ୍ପର୍କରେ ଅବଗତ ଥାଇ ହିନ୍ଦୁ ପୂଜା ପଦ୍ଧତି ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇ ସାମୂହିକ ନିଷ୍ପତ୍ତି ଗ୍ରହଣପୂର୍ବକ ହିନ୍ଦୁ ଧର୍ମକୁ ଫେରିଛନ୍ତି ।

Spread the love