ବାଲେଶ୍ବରରୁ ୧୫, ଗଞ୍ଜାମ ଓ ଯାଜପୁରରୁ ୩, ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ

ରାଜ୍ୟରେ ପୁଣି ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୧୫ଜଣ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ଜଣ ଲେଖାଏଁ ଏବଂ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଥିବା ଜଣାଯାଇଛି।ଏହାଫଳରେ ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ଏହା ସହ ଯାଜପୁରରେ ୬୪, ବାଲେଶ୍ବର ରେ ୫୭ରେ ,   ପୁରୀ ୪, କଟକ ୩ ଏବଂ ବୌଦ୍ଧ  ଜିଲ୍ଲା ୫ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟର ୨୧ଟି ଜିଲ୍ଲା ଏବେ କରୋନା କବଳରେ ରହିଛି।ଏବେ ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪୯, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୫ । ଅପରପକ୍ଷରେ ଏଯାବତ୍ ଓଡ଼ିଶାରେ ୩ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Spread the love