ଆସନ୍ତାକାଲିଠାରୁ କଟକ ଓ ଭୁବନେଶ୍ୱରରେ ଗଡ଼ିବ ବସ୍‌

ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି।

ପରିବହନ ମନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ସୂଚନା ଦେବାସହିତ ସରକାରୀ ବସ୍‌ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍‌ ଚଳାଚଳ କରିବ । ଯାତ୍ରା ସମୟରେ ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ । ଗ୍ରିନ ଜୋନରେ ବସ୍ ଚାଲିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବସ୍ ଚାଲିବା ବ୍ୟବସ୍ଥା ହେଉଛି, କିନ୍ତୁ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଦୁଇଗୁଣା ଭଡ଼ା । ଯେହେତୁ ଅଧା ସିଟ୍‌ରେ ଲୋକ ଯିବେ, କ୍ଷତି ହ୍ରାସ ପାଇଁ ଭଡ଼ା ଦୁଇଗୁଣ ହେବ, ଭଡ଼ା ଦୁଇଗୁଣ ଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେନାହିଁ।

ସେହିପରି ଗ୍ରିନ ଜୋନରେ ବସ ଗଡ଼ିବା ପ୍ରସଙ୍ଗରେ ମଧ୍ୟ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ନିଆଯିବ। ଏହା ଗ୍ରିନ ଜୋନ୍‌ ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରକାର ଖୁସି ଖବର ରହିଛି।

Spread the love