ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ରୋଗୀ ହଇରାଣ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ଡାକ୍ତରଖାନାରେ ରୋଗୀ ହଇରା
 
 ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ ): ମଂଗଳବାର କୁକୁର କାମୁଡ଼ାରେ ଆହତ ପୁଅର ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ପୁରୁଣାକୋଟ ଥାନା ସିଟିକୋଇଲି ଗ୍ରାମର ଭୁବନ ଭୋଇଙ୍କ ୫ ବର୍ଷର ପୁଅକୁ ଏକ ବୁଲା କୁକୁର କାମୁଡ଼ି ଦେଇଥିଲେ। କୁକୁର କାମୁଡ଼ା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଭୁବନ ପୁଅ ଚିକିତ୍ସା ପାଇଁ ରକ୍ତାକ୍ତ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ‌କୁ ଆଣିଥିଲେ।
ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଶିଶୁ ବିଭାଗରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଭୁବନ ପୁଅକୁ ଧରି ଶିଶୁ ବିଭାଗ ଯିବାରେ ସେମାନେ ସର୍ଜରି ବିଭାଗକୁ ପଠାଇ ଥିଲେ।  ଫଳରେ ଭୁବନ ପୁଅକୁ କାନ୍ଧ‌େର ଟେକି ଟେକି ନେଇ ଡାକ୍ତରଖାନା କୋଠାର ତିନି ମହଲାରେ ଥିବା ସର୍ଜରି ବିଭାଗକୁ ଆସିଥିଲେ। ସେଠା‌େରେ ଠିକ୍‌ ସେହି ଅବସ୍ଥା ତାଙ୍କୁ ଭୋଗିବାକୁ ପଡ଼ିଥିଲା।
ସର୍ଜରି ବିଭାଗର କର୍ମଚରୀମାନେ ତାଙ୍କୁ ‘ତୁମ ପୁଅକୁ ଶିଶୁ ବିଭାଗରେ୍ ଭର୍ତ୍ତି କରିବାକୁ କହିଛନ୍ତି’ ବୋଲି ସେଠାରୁ ଫେରାଇ ଦେଇଥିଲେ। ଭୁବନ ପୁଅକୁ ଧରି ପୁଣି ଶିଶୁ ବିଭାଗକୁ ସେଠାକୁ ଯାଇଥିଲେ। ଆଉ ସେଠାକାର କର୍ମଚାରୀମାନେ ପୁଣି ତାଙ୍କୁ ସର୍ଜରିକୁ ପଠାଇଥିଲେ। ଉଭୟ  ବିଭାଗକୁ ଦୁଇ ଦୁଇ ଥର ଯାଇ ବେଶ୍ ହଇରାଣ ହରକତ ହୋଇଥିଲେ। ବହୁତ କାକୁତିମିନତି ହେବା ପରେ ସର୍ଜରି ବିଭାଗର କର୍ମଚାରୀ ତାଙ୍କୁ ଆଉଟ୍‌ ଡୋର କାର୍ଯ୍ୟରତ ଡାକ୍ତରଙ୍କ ପାଖକୁ  ନେଇଥିଲେ। ଆଉ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭୁବନଙ୍କ ପୁଅକୁ ସର୍ଜରି ୱାର୍ଡରେ ଭର୍ତି କରାଯାଇଥିଲା। ଭୁବନ କୁହନ୍ତି, ଡାକ୍ତରଖାନାରେ ସବୁ ସୁବିଧା ଥାଇ ମଧ୍ୟ ତାଙ୍କୁ ଆଜି ହଇରାଣ ହେବାକୁ ପଡ଼ିଛି। ଏହା ସେ କେବେ ଭୁଲି ପାରିବେ ନାହିଁ
Spread the love