ମଦ ବୋଝେଇ ବାଇକ ସହ ସ୍କୁଟି ଦୃଘଟଣା ଗ୍ରସ୍ତ , ବାଇକ ଚାଳକକୁ ପୋଲିସର ଜିମା ଦେଲେ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

 
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ବଅଁରପାଳ ବ୍ଳକ ଅନ୍ତର୍ଗତ ଗିରାଙ୍ଗ ଛକ ନିକଟରେ ଥିବା ମଦ ଦୋକାନରୁ  ମଦ ନେଉଥିବା ବାଇକ ଓଆର ୧୯ ଏମ ୧୭୧୫  ରେ ବଳରାମ ପ୍ରସାଦ ଅଭିମୁଖେ  ଯାଉଥିବା ବେଳେ ଅପର ପାର୍ଶ୍ୱ ରୁ ଆସୁଥିବା  ଏକ  ସ୍କୁଟି ଓଡି ୧୯ ଏଲ ୪୩୦୫  କୁ  ଧକ୍କା ଦେଇଥିଲା ଠିକ ସେହି ସମୟରେ  ଘଟଣା ସ୍ଥଳରେ  ଗିରାଙ୍ଗ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ଲୋକମାନେ ପହଞ୍ଚିଥିଲେ।   ସୂଚନା ମୁତାବକ ଉକ୍ତ ମଦ ଦୋକାନର  ଜଣେ ଯୁବକ ବାଇକ ରେ ଚୋରା ମଦ ନେଉ ଯାଉଥିବା  ବେଳେ ସ୍କୁଟି ସହ ଧକ୍କା ହୋଇଥିଲା ।   ଫଳରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଓ ମଦ ବିରୋଧୀ ମହିଳା ମାନେ ବାଇକ ଚାଳକ କୁ ଅଟକ ରଖିଥିଲେ  ଏବଂ ବାଇକରେ  ପ୍ରଚୁର ପରିମାଣର ମଦ ଜବତ କରିଥିଲେ ।
ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉକ୍ତ ଗାଡିକୁ ଅଟକ ରଖି ପୋଲିସକୁ ଖବର ଦିଆଯାଇଥିଲା ।
  ଘଟଣାସ୍ଥଳରେ ନାଲକୋ ପୁଲିସ ପହଞ୍ଚି ବାଇକ ଓ ଗୋଟିଏ ବସ୍ତା ବିଦେଶୀ ମଦ ବସ୍ତା ଜବତ କରି  ଅଭିଯୁକ୍ତକୁ ଅଟକ ରଖି ଏହାର ତଦନ୍ତ ଚଳାଇଛି । ଗତ ରବିବାର  ଦିନ ଏକ ମଦ ବୋଝେଇ ଅଟୋ ଗାଡି ଓଆର ୧୯  ଜି ୮୬୦୪ ଏକ ବ୍ୟକ୍ତି ଙ୍କୁ ଧକ୍କା ଦେବା ଫଳରେ ଗୁରୁତ୍ୱର ଆହତ ହୋଇଥିଲେ ଏବଂ ମହିଳା ସଂଘ ର ସଦସ୍ୟ ମାନେ ଅଟୋ କୁ ଜବତ କରି ପୋଲିସ ର ଜିମା ଦେଇଥିଲେ।  ବାରମ୍ବାର ଏପରି ମଦ ଚୋରା ଚାଲାଣ କୁ ରୋକିବାରେ ପୋଲିସ ବିଫଳ ହୋଇଛି ବୋଲି ଆଜି ଗିରାଙ୍ଗ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ଥାନା ଅଧିକାରୀ ,ଅବକାରୀ ବିଭାଗ, ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ଗିରାଙ୍ଗ ଛକ ରେ ୮ମାସରୁ ଉର୍ଦ୍ଧ ଦିନ ହେବ ମଦ ଦୋକାନ ସ୍ଥାନାନ୍ତରିତ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିବାରୁ  ଜିଲ୍ଲା ପ୍ରଶାସନ ମଦ ମାଲିକ ଶହ ମଧୁଚନ୍ଦ୍ରିକା ଥିବା ମହିଳା ସଙ୍ଘ ବିରୋଧ କରିଛନ୍ତି।
Spread the love