ସମସ୍ୟା ଘେରରେ ରେଙ୍ଗାଳି ପ୍ରାଥମିକ ବିଦ୍ୟାଳୟ  ୫ଟି ଶ୍ରେଣୀ ପାଇଁ ଦୁଇଟି ଗୃହ,

 
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ବତିସୁଆଁ ପ˚ଚାୟତର ରେଙ୍ଗାଳି ପ୍ରାଥମିକ ବିଦ୍ୟାଳୟ  ବର୍ଷ ବର୍ଷ ଧରି ସମସ୍ୟା ଘେରରେ ରହିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଏହି ବିଦ୍ୟାଳୟର ଅବସ୍ଥା ଦିନକୁ  ଦିନ ଶୋଚନୀୟ ହେବାରେ ଲାଗିଛି।
ପାଳଲହଡା ଟାଉନରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୫୧ ଜଣ ଛାତ୍ରଛାତ୍ରୀ ଅଧୢୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ଥିବାରୁ ସେଥିରେ ଜାକିଜୁକି ହୋଇ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ଦୁଇଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଯେଉଁ ଦିନ ପ୍ରଧାନ ଶିକ୍ଷକଙ୍କ ସରକାରୀ କାମ ଥାଏ, ସେଦିନ ଗୋଟିଏ ଶ୍ରେଣୀର ପାଠପଢା ବନ୍ଦ ହୋଇଯାଏ ।
୨୦୧୩ ମସିହାରେ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅନୁଦାନରୁ ୩ ଲକ୍ଷ ଟଙ୍କା  ଆସିଥିଲା। ହେଲେ ଉକ୍ତ ଶ୍ରେଣୀ ଗୃହ ଅର୍ଧନିର୍ମିତ ଅବସ୍ଥାରେ ରହିଛି। ଏ ପର୍ଯ୍ୟନ୍ତ ଗୃହର  ଛାତ ପଡ଼ିପାରିଲା ନାହିଁ । ନିର୍ମାଣାଧୀନ  ଶ୍ରେଣୀଗୃହ  ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହା  ସ୍କୁଲ ପରିସରରେ ଚଳାଚଳ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସ୍କୁଲ ପରିସରରେ ଥିବା ନଳକୂଅ ୬ ମାସ ହେଲା ଅଚଳ ହୋଇପଡ଼ିଛ। ଛାତ୍ରଛାତ୍ରୀମାନେ ସ୍କୁଲ ଠାରୁ  ୧୦୦ ମିଟର ଦୂର  ଗାଁ ନଳକୂଅରୁ ପାଣି ଆଣି ପିଅନ୍ତି ।
ଏହା ସାଙ୍ଗକୁ  ବିପଦ ସୃଷ୍ଟି କରିଛି ସ୍କୁଲ ରୁ ୧୦ ମିଟର ଦୂରରେ ଥିବା ପଥର କୁଆଁରୀ। ଦିନ ରାତି ସେଠାରେ  ଏକ ଘରୋଇ କ˚ପାନି ପାଞ୍ଚ ବର୍ଷ ପାଇଁ ତହସିଲ ପ୍ରଶାସନରୁ ଲିଜ୍ ନେଇ ପଥର ବ୍ଲାଷ୍ଟିଂ କରୁଛନ୍ତି।  ଏଥି ଯୋଗୁ ସ୍କୁଲ ଘର ଫାଟିବା ସହ ଡିନାମାଇଟ୍ ଶବ୍ଦ ମଧ୍ୟରେ ଆତଙ୍କିତ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। 
 ଏ  ନେଇ ପ୍ରଧାନ ଶିକ୍ଷକ ଜୟସି˚ ପୂର୍ତିଙ୍କୁ ପଚାରିବାରୁ ସେ କହିଥିଲେ, ବିଦ୍ୟାଳୟର ଏସବୁ ସମସ୍ୟା ସଂପର୍କରେ ସେ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଛନ୍ତି। ଏ ସଂପର୍କରେ ସହକାରୀ ତହସିଲଦାର ସୁମନ ମିଞ୍ଜଙ୍କୁ ପଚାରିବାରୁ ସେ କହିଥିଲେ, ପାଞ୍ଚ ବର୍ଷ ପାଇଁ ଏକ କମ୍ପାନିକୁ କୁଆଁରୀ ଲିଜ୍ ଦିଆଯାଇଛି। ତେବେ ରାତିରେ ଡିନାମାଇଟ୍ ଫୁଟାଇବା, ଫୁଟାଇବା ପୂର୍ବରୁ ମାଇକ୍ ଯୋଗେ ପ୍ରଚାର କରି ଜନସାଧାରଣଙ୍କୁ ସୂଚନା ଦେବେ ଚୁକ୍ତିରେ ଲେଖାଯାଇଛି।
ଯଦି ଠିକାଦାର ଏହାର ବ୍ୟତିକ୍ରମ କରୁଛନ୍ତି  ତେବେ ଏ ନେଇ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାଶରଥି ଶୁଣ୍ଢି କହିଛନ୍ତି ଯେ, ବିଦ୍ୟାଳୟର ସମସ୍ତ ସମସ୍ୟା ସଂପର୍କରେ ଅଭିଯୋଗ ମିଳିଛି। ଖୁବ ଶିଘ୍ର ଏସବୁ ସମସ୍ୟାର ସମାଧାନ  ହେବ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଦ୍ୟାଳୟର ଏସବୁ ସମସ୍ୟାର ସମାଧାନ ନ ହେଲେ  ସେମା‌ନେ ସ୍କୁଲରେ ତାଲା ପକାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।  
Spread the love