ଆଜି ଦିଲ୍ଲୀରୁ ସ୍ବତନ୍ତ୍ର ରେଳରେ ତାମିଲନାଡୁ ଯିବେ ୭୦୦ ତବ୍‌ଲିଗି ଜମାତ୍ ସଦସ୍ୟ

ଆଜି ୭୦୦ ତବ୍‌ଲିଗି ଜମାତ୍ ସଦସ୍ୟଙ୍କୁ ନେଇ ଏକ ସ୍ବତନ୍ତ୍ର ରେଳ ଦିଲ୍ଲୀରୁ ତାମିଲନାଡୁ ଅଭିମୁଖେ ଯାତ୍ରା କରିବ। ଅପରାହ୍ଣ ୨ଟା ବେଳେ ଜାତୀୟ ରାଜଧାନୀର ପୁରୁଣା ଦିଲ୍ଲୀ ରେଳବାଇ ଷ୍ଟେସନ୍‌ରୁ ଏହି ରେଳ ଯାତ୍ରା ଆରମ୍ଭ କରିବ।

ପ୍ରାପ୍ତ ବିବରଣୀ ଅନୁସାରେ, ଏହି ୭୦୦ ତବଲିଗି ଜମାତଙ୍କୁ ଜାତୀୟ ରାଜଧାନୀର କ୍ବାରେଣ୍ଟିନ୍ କେନ୍ଦ୍ରମାନଙ୍କରେ ରହିଥିଲେ। ସେମାନେ କରୋନାଭାଇରସ୍ କୋଭିଡ୍-୧୯ ମୁକ୍ତ ବୋଲି କୁହାଯାଉଛି। ସେମାନଙ୍କୁ ‌କ୍ବାରେଣ୍ଟିନ୍‌ ସେଣ୍ଟର୍‌ରୁ ସ୍ବତନ୍ତ୍ର ବସ୍ ଯୋଗେ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍‌କୁ ନିଆଯାଇଥିଲା। ସେମାନଙ୍କୁ ଚେନ୍ନାଇ ରେଳ ଷ୍ଟେସନ୍‌ରୁ ସେମାନଙ୍କ ଘରଥିବା ସହରଗୁଡ଼ିକରେ ପହଞ୍ଚାଇବା ପାଇଁ ମଧ୍ୟ ବସ୍ ବନ୍ଦୋବସ୍ତ କରାଯାଇଛି।ତାମିଲନାଡୁ ସରକାରଙ୍କ ସ୍ବତନ୍ତ୍ର ଅନୁରୋଧକ୍ରମେ ତବ୍‌ଲିଗି ଜମାତ୍‌ ସଦସ୍ୟମାନଙ୍କୁ ଦିଲ୍ଲୀ ଛାଡ଼ିବାକୁ ଅନୁମତି ଦେବା ପାଇଁ ସ୍ଥିର କରାଯାଇଥିଲା।ପ୍ରମୁଖ ମୁସ୍‌ଲିମ୍ ସଂଗଠନ ଜାମିଆତ୍ ଉଲେମା-ଏ-ହିନ୍ଦ୍‌ର ଅଧ୍ୟକ୍ଷ ଅର୍‌ଶଦ୍ ମଦାନୀ କହିଛନ୍ତି ଯେ ନିଜାମୁଦ୍ଦିନ୍ ମର୍କଜ୍ ସମୟରେ ୪୭ ଦେଶର ପ୍ରାୟ ୧, ୬୪୦ ଜଣ ବିଦେଶୀ ତବ୍‌ଲିଗି ଜମାତ୍ ସଦସ୍ୟ ଭାରତରେ ଥିଲେ। ସେମାନଙ୍କ ମଧ୍ୟରୁ ୬୪ଜଣ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଅନ୍ୟ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ସମୁଦାୟ ବିଦେଶୀ ତବ୍‌ଲିଗି ଜମାତ୍ ସଦସ୍ୟଙ୍କ ମଧ୍ୟରୁ ୭୩୯ଜଣ ଦିଲ୍ଲୀରେ ଥିବା ବ‌େଳେ ବାକି ଅନ୍ୟ ରାଜ୍ୟମାନଙ୍କରେ ଅଛନ୍ତି।

Spread the love