ଲକଡାଉନ ୪.୦: ପଢନ୍ତୁ କଣ ରହିବ ଖୋଲା କଣ ରହିବ ବନ୍ଦ

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ସମୟରେ ସବୁ ଜୋନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା କାରବାର କରୁଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ଅନୁମତି ଦେଇଛି। ତେବେ କଣ୍ଟେଣ୍ଟମେଣ୍ଟ ଜୋନରେ ଦୋକାନ ଖାଲଯାଇପାରିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଲକଡାଉନ୍ ୪.୦ ପାଇଁ ଗାଇଡଲାଇନ ଜାରି କରି କେନ୍ଦ୍ର ଆଜି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳମାନଙ୍କୁ କେଉଁ ଅଞ୍ଚଳକୁ ରେଡ୍, ୱାରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ଭାବରେ ଚିହ୍ନଟ କରାଯିବା ଉଚିତ ତାହା ସ୍ଥିର କରିବାକୁ କ୍ଷମତା ପ୍ରଦାନ କରିଛି ।

କଣ୍ଟେଣ୍ଟମେଣ୍ଟ ଜୋନ୍ ଗୁଡିକରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ। ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର କୌଣସି ଗତିବିଧି ନ ହେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ଉପରେ କଡା ନିୟନ୍ତ୍ରଣ ରହିବ।

ଏହାସହ କଣ୍ଟେନମେଣ୍ଟ ଜୋନକୁ ଛାଡି ବାକି ଜୋନରେ ଦୋକାନ ଏବଂ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ମଲରେ ଥିବା ଦୋକାନ ବଜାରକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ ।

କେନ୍ଦ୍ର ସରକାର ଏହାର ନୂତନ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, ସମସ୍ତ ସିନେମା ହଲ୍, ସପିଂ ମଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର୍ ଏବଂ ଅଡିଟୋରିୟମ୍ ଏବଂ ଆସେମ୍ଲି ହଲକୁ ବନ୍ଦ ରଖାଯିବ। ସେହିଭଳି, ଲକଡାଉନ୍ ୪.୦ ସମୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ।

ରେଷ୍ଟୁରାଣ୍ଟ ଖାଦ୍ୟ ଆଇଟମର ହୋମ ଡେଲିଭରି ପାଇଁ ସେମାନଙ୍କ ରୋଷେଇ ଘର ପରିଚାଳିତ କରିପାରିବେ।

Spread the love