ପୁରୀ ଜିଲ୍ଲାରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ପୁରୀ ଜିଲ୍ଲାରେ ଆଜି ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ପୁରୀ ସହରରୁ, ଜଣେ ପିପିଲି ଓ ଅନ୍ୟ ଜଣେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଗତ ୧୫ ତାରିଖରେ କୋର୍ଟ ଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ କୁମ୍ଭାରପଡ଼ା ଥାନାର ପୁଲିସ କର୍ମୀମାନେ ସଂସ୍ପର୍ଶରେ ଆସିଛନ୍ତି। ଏଥି ସହିତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ସେ ନେଇ କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି ।

ଆଜି ସକାଳୁ ପୁରୀ ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସନ୍ଧ୍ୟାରେ ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୯ରେ ପହଞ୍ଚିଛି ।

Spread the love