ପୁରୀରୁ ଆଉ ୪, ବଲାଙ୍ଗୀରରେ ଦୁଇ ଆକ୍ରାନ୍ତ ଚିହ୍ନଟ

ରବିବାର ସନ୍ଧ୍ୟାରେ ପୁରୀରେ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାପାଳ ବଲୱାନ ସିଂହଙ୍କ ସୂଚନା ଅନୁସାରେ ପୁରୀ ସହରରୁ ଦୁଇ, ପିପିଲି ଓ କୋଣାର୍କରୁ ଜଣେ ଲେଖାଏଁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରେନଟାଇନରେ ଥିବା ବେଳେ ଜଣେ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଛନ୍ତି । ଅଭିଯୁକ୍ତର ଘର ନରେନ୍ଦ୍ର ପୁଷ୍କରଣୀ ଅଂଚଳରେ ହୋଇଥିବାବେଳେ ସେ କୁମ୍ଭାରପଡା ପୁଲିସ ଦ୍ୱାରା ଗିରଫ ହୋଇଥିଲା ।

ପ୍ରକାଶ ଥାଉକି, ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା କୁମ୍ବାରପଡ଼ା ୍‌ଥାନା ଅଧିକାରୀଙ୍କ ସହ ଅନ୍ୟ ୩୦ କର୍ମଚାରୀଙ୍କୁ କ୍ୱାରେନଟାନରେ ଯିବାକୁ କୁହାଯାଇଥିବା ବେଳେ ନରେନ୍ଦ୍ର ପୁଷ୍କରଣୀ ଅଂଚଳକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ବଲୱାନ ସିଂହ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଁଚିଛି ।

ସେହିପରି ବଲାଙ୍ଗୀରରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରେ ଆକ୍ରାନ୍ତଙ୍କ ସଖ୍ୟା ୬କୁ ବୃଦ୍ଧିପାଇଛି । ତେବେ ଆଜି ଗୋଟିଏ ଦିନରେ ମୋଟ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି।

Spread the love