ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସମ୍ଭାବ୍ୟ ଅମ୍ଫାନ ବାତ୍ୟାର ମୁକାବିଲା କରିବା ପାଇଁ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନ ଯିବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ସମ୍ଭାବ୍ୟ ଅମ୍ଫାନ ବାତ୍ୟାର ମୁକାବିଲା କରିବା ପାଇଁ ଭାରତର ପୂର୍ବ ଉପକୂଳରେ ଥିବା ସମସ୍ତ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ମୁଁ ଓଡ଼ିଶାରେ ଥିବା ମୋର ଭାଇ ଭଉଣୀ ବିଶେଷ ଭାବେ ଉପକୂଳବର୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନ ବାହାରିବା ଏବଂ ସମୁଦ୍ରକୁ ନ ଯିବାକୁ ଅନୁରୋଧ କରୁଛି ।

Spread the love