ବରିଷ୍ଠ ଭିଡିଓ ସାମ୍ବାଦିକ ସ୍ୱର୍ଗତଃ ସୁକାନ୍ତ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ନେତୃବୃନ୍ଦଙ୍କ ଶୋକବ୍ୟକ୍ତ: ବିଜେପି

ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପି ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିବା ସହ ସ୍ୱର୍ଗତଃ ପାଣିଗ୍ରାହିଙ୍କ ସ୍ମୃତିଚାରଣ କରିଥିଲେ । ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ଅତ୍ୟନ୍ତ ନମ୍ର ଓ ଭଦ୍ର ସ୍ୱଭାବର ସ୍ୱର୍ଗତଃ ପାଣିଗ୍ରାହୀ ଭିଡିଓ ସାମ୍ବାଦିକ ଭାବେ ବୈଦୁତିକ ଗଣମାଧ୍ୟମର ଚର୍ଚ୍ଚିତ ଥିଲେ।

ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିଜେପି ନେତୃବୃନ୍ଦ ପ୍ରାର୍ଥନା କରିଥିଲେ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଜଣାଇଛନ୍ତି । ଏହି ଶୋକ ସଭାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ପାର୍ଟୀର ଅନେକ ପ୍ରବକ୍ତା ଉପସ୍ଥିତ ରହି ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Spread the love