ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ୪୬ ହଜାର ୯୬୪ ଟଙ୍କା ପ୍ରଦାନ

ଭୁବନେଶ୍ୱର,୧୮.୦୫,୨୦:ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାୟଗଡା ଜିଲ୍ଲା ବିଜୁ ଜନତାଦଳର କର୍ମୀମାନଙ୍କ ତରଫରୁ ୨୫ ଲକ୍ଷ ୪୬ ହଜାର ୯୬୪ ଟଙ୍କା ପ୍ରଦାନ କରାଯାଇଛି।  ରାୟଗଡା ଜିଲ୍ଲା ବିଜୁ ଜନତା ଦଳର କର୍ମୀମାନଙ୍କ ତରଫରୁ ଏହି ଅର୍ଥ ସଂଗ୍ରହ କରାଯାଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଭିଡ୍‌-୧୯ ମୁକାବିଲା ପାଇଁ ପ୍ରଦାନ କରାଯାଇଛି ।

ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର ଦାଶ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏହି ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କୁ ପ୍ରଦାନ କରିଛନ୍ତି । ଏହି
ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ବିଜୁ ଜନତାଦଳ ପର୍ଯ୍ୟବେକ୍ଷକ ଶ୍ରୀ ସଂଜୟ ଦାସ ବର୍ମା ଉପସ୍ଥିତ ଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ, ମୁନିଗୁଡା ବ୍ଲକ, ରାମନାଗୁଡା ବ୍ଲକ, ଚନ୍ଦ୍ରପୁର ବ୍ଲକ, କୋଲନରା ବ୍ଲକ,ଗୁଣୁପୁର ମ୍ୟୁନିସିପାଲିଟି ଏବଂ ବ୍ଲକ, କଲ୍ୟାଣସିଂହପୁର ବ୍ଲକ, ପଦ୍ମପୁର ବ୍ଲକ ଓ ଗୁଡାରୀ ବ୍ଲକର ବିଜୁ ଜନତା ଦଳର କର୍ମୀ ଓ କର୍ମଙ୍କୁ ରାଜ୍ୟର ଏହି କଠିନ ପରିସ୍ଥିତିରେ ସହଯୋଗର ହାତ ବଢାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏଭଳି କଠିନ ସମୟରେ କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାୟଗଡା ଜିଲ୍ଲା ବିଜେଡି ତରଫରୁ ଏହି ଉଦ୍ୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି ଯେ, “ଏହା ଆମ ସମାଜ ପାଇଁ ଏକ ଉଦାହରଣ ।”

Spread the love