ଅମ୍ଫାନକୁ ଦୃଷ୍ଟିରେ ରଖି ପାରାଦୀପରେ ବ୍ୟାପକ ପ୍ରସ୍ତୁତି: ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ

ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାତ୍ୟା ଆମ୍ଫାନ ଏବେ ମହାବାତ୍ୟାର ରୂପ ନେଇ ସାରିଲାଣି। ଏବେ ଜିଲ୍ଲା ପ୍ରଶାସନ ଏହାର ମୁକାବଲିା କରିବା ପାଇଁ ସମସ୍ତ ବ୍ୟବସ୍ଥ ଆରମ୍ଭ କରି ଦେଇଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଡାକବାଜି ଯନ୍ତ୍ର ସାହାଯ୍ୟରେ ବାତ୍ୟା ସୂଚନା ଦେବା ସହ ଲୋକମାନଙ୍କୁ ସତର୍କ କରିଛନ୍ତି।

ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାରାଦ୍ବୀପର ବଭିନ୍ନ ସ୍ଥାନର ବାତ୍ୟା ସୂଚନା ପାଇବା ପରେ ସ୍ଥାନୀୟ ଲୋକମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ଆସଥିୁବାର ଦେଖିବାକୁ ମିଳିଛି। ପାରାଦୀପ ଜଗନ୍ନାଥ କଲୋନୀ ବଙ୍ଗାଳୀ ପଡାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହଳିା, ପୁରୁଷ ଓ ଛୋଟ ପିଲାମାନଙ୍କୁ ଧରି ପାରାଦୀପ ମଧୁବନସ୍ଥିତ୍ ବାତ୍ୟା ଆଶ୍ରୟ ସ୍ଥଳକୁ ଆସଥିବା ଦେଖିବାକୁ ମିଳଛି। ପୂର୍ବରୁ ଅନେକ ବାତ୍ୟାର କରାଳ ରୂପକୁ ପାରାଦୀପ ବାସୀ ସାମ୍ନା କରିଥିବାର ନଜୀର ରହିଛି।

Spread the love