ବଦଳିଲା ନିଷ୍ପତ୍ତି; ତିନି ରଥ ନିର୍ମାଣ କାମ ଚାଲିଛି

ଅମ୍ଫାନ’ ବାତ୍ୟା ପ୍ରଭାବରେ ମେଘୁଆ ପାଗ ସତ୍ତ୍ୱେ ରଥଖଳାରେ ତିନି ରଥ ନିର୍ମାଣ କାମ ଚାଲିଛି। ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ରଥ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା।‘ଅମ୍ଫାନ’ ପାଇଁ ଦୁଇ ଦିନ ରଥ ନିର୍ମାଣ କାମ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ବାତ୍ୟାର ପ୍ରଭାବ ସେତେଟା ନ ଥିବାରୁ ସ୍ୱାଭାବିକ ଭାବେ ସକାଳୁ କାମ ଚାଲିଛି। ରଥର ଯେଉଁ ସବୁ ଅଂଶ ତିଆରି ହୋଇଗଲାଣି, ସେଗୁଡ଼ିକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ଇତି ମଧ୍ୟରେ ସମସ୍ତ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷର ୯ଟି, ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏଁ ସମ୍ପନ୍ନ ହୋଇଛି।
Spread the love