କାର୍ଯ୍ୟକ୍ଷେତ୍ର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଜାରି

ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବା ପରେ ଅଫିସ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିୟମାବଳୀ ଜାରି କରିଛି। ଅଫିସରେ କେହି ଛେପ ଥୋକିଲେ କିମ୍ୱା ନିୟମାବଳୀ ନମାନିଲେ ଜୋରିମାନା ଦେବାକୁ ପଡ଼ିବ।

ଅଫିସ କର୍ମଚାରୀଙ୍କ ପାଇଁ ନିୟମାବଳୀ ଜାଣନ୍ତୁ କ’ଣ ରହିଛି…

-ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ରହିବ। ବସିବା ବେଲେ କିମ୍ୱା ଅନ୍ୟାନ୍ୟ କାମ କରିବା ବେଳେ ୧ ମିଟର ଦୂରତା ରହିବା ଆବଶ୍ୟକ।

-ମୁହଁକୁ ମାସ୍କରେ ଘୋଡ଼ାଇବା ଦରକାର।

-ଛିଙ୍କିବା କିମ୍ୱା କାଶି ବା ବେଳେ ମୁହଁକୁ ଘୋଡ଼େଇ ରଖିବା ଦରକାର।

-ସାବୁନ୍ ଏବଂ ସାନିଟାଇଜରରେ ଅଳ୍ପ ସମୟ ବ୍ୟବଧାନରେ ଧୋଇବା ଦରକାର।

-ଅଫିସରେ କର୍ମଚାରୀ ଅସୁସ୍ଥ ହେଲେ ସ୍ଥାନୀୟ ପ୍ରସାଶନକୁ ଅବଗତ କରାଇବା ଦରକାର।

-ଅଫିସର ସାର୍ବଜନୀନ ସ୍ଥାନରେ ଛେପ ପକାଇ ପାରିବେ ନାହିଁ।

-ଯଦି ଅଫିସର କର୍ମଚାରୀ କରୋନାରେ ସଂକ୍ରମିତ ହୁଅନ୍ତି, ତା’ହେଲେ ୪୮ ଘଣ୍ଟା ଭିତରେ ସେ ଯେଉଁ ସ୍ଥାନକୁ ଯାଇଥିବେ ସେହି ସ୍ଥାନକୁ ବିଶୋଧନ କରିବା ଦରକାର। ବିଶୋଧନ ପରେ କାମ ଆରମ୍ଭ କରି ହେବ। ଏଥିପାଇଁ କୋଠାକୁ ସିଲ୍ କରିବା ଦରକାର ନାହିଁ।

Spread the love