ଜୁନ ୧ରୁ ଚାଲିବ ଟ୍ରେନ, ଅନଲାଇନରେ ବୁକିଂ ଖୁବଶୀଘ୍ର

କରୋନା ଲକଡାଉନ ଯୋଗୁ ଦେଶରେ ନିୟମିତ ଟ୍ରେନ ଚଳାଚଳ ବନ୍ଦ ରହିଛି। କେବଳ ସ୍ପେଶାଲ ଶ୍ରମିକ ଟ୍ରେନ ଓ ଦିଲ୍ଲୀରୁ ୧୫ଟି ସହରରୁ କିଛି ନିର୍ଦ୍ଦିଷ୍ଟ ଗାଇଡଲାଇନରେ ଟ୍ରେନ ଚାଲୁଛି। ତେବେ ଆଜି ରେଳମନ୍ତ୍ରୀ ପୀୟୂଷ ଗୋଏଲ ବଡ଼ ଘୋଷଣା କରିଛନ୍ତି।

ଆସନ୍ତା ଜୁନ୍‌ ୧ରୁ ନିୟମିତ ଟାଇମ ଟେବୁଲ ଅନୁଯାୟୀ, ଦୈନିକ ୨୦୦ଟି ପ୍ୟାସେଞ୍ଜର ଟ୍ରେନ ରେଳ ଧାରଣାରେ ଦୌଡ଼ିବ। ତେବେ ଏଗୁଡ଼ିକ ନନ ଏସି ରହିବ। କୌଣସି ଶୀତତାପ ନିୟନ୍ତ୍ରିତ ପ୍ୟାସେଞ୍ଜର ଟ୍ରେନ ଗୁଡ଼ିକ ବର୍ତ୍ତମାନ ଚାଲିବ ନାହିଁ। ଏହି ଟ୍ରେନଗୁଡ଼ିକର ଟିକେଟ ପାଇଁ ଖୁବଶୀଘ୍ର ଅନଲାଇନ ବୁକିଂ ଆରମ୍ଭ ହେବ। ସବୁ ବର୍ଗର ଲୋକମାନେ ଏହି ଟ୍ରେନ ପାଇଁ ଟିକେଟ ବୁକିଂ କରିପାରିବେ ବୋଲି ଶ୍ରୀ ଗୋଏଲ ଟ୍ୱିଟ କରିଛନ୍ତି।ସେ କହିଛନ୍ତି, ଶ୍ରମିକଙ୍କ ପାଇଁ ବଡ଼ ଏକ ଖବର। ଆଜିଠାରୁ ପ୍ରାୟ ୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇପାରିଛି। ଆଗକୁ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ସେହିପରି ଜୁନ୍‌ ୧ରୁ ୨୦୦ ନନ୍‌ ଏସି ପ୍ୟାସେଞ୍ଜର ଟ୍ରେନ ଚାଲିବ।
Spread the love