ପାରାଦୀପଠାରୁ ୧୨୫ କିମି ଦୂରରେ ବାତ୍ୟା ଅମ୍ଫାନ

ଯେତେ ପାଖେଇ ଆସୁଛି ସେତେ ଭୟଙ୍କର ହେଉଛ। ଓଡିଶା ଉପକୂଳରେ ଅମ୍ଫାନର ପ୍ରଭାବ ଦେଖଯାଇଛି। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି।  ସମୁଦ୍ରରେ ଚକ୍ରବାତର ରୂପ ନେଇ ବାତ୍ୟା ଅମ୍ଫାନ।  ପାରାଦୀପ ଓ ଧାମରାରେ ଉଚ୍ଚ ଜୁଆରା ଦେଖା ଯାଇଛି। ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଏବଂ ବାଲେଶ୍ବର ଜିଲ୍ଲାରେ ପ୍ରବଳ ପବନ ବୋହୁଛି। ଉପକୂଳ ଓଡିଶାରେ ୧୦୦ କିଲୋମିଟର ବେଗରେ ପବନ ବୋହୁଛି। ପାରାଦୀପଠାରୁ  ମାତ୍ର ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ଫାନ କେନ୍ଦ୍ରୀଭୂତ ହେଉଛି। ଆଜି ସନ୍ଧ୍ୟାସୁଦ୍ଧା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଶେଷଜ୍ଞ  କହିଛନ୍ତି।

Spread the love