ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ

ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଏଥିରେ କୃଷକ, କୃଷିକ୍ଷେତ୍ର, ଲକ୍‌ଡାଉନ୍ ସହ ବାତ୍ୟା ଅମ୍ଫାନ୍ ମୁକାବିଲା କରିବାକୁ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରି ପାରନ୍ତି।ଏହାଛଡ଼ା କୃଷକ ଏବଂ କୃଷି କ୍ଷେତ୍ର ସମ୍ବନ୍ଧୀୟ ଦୁଇଟି ଅଧ୍ୟାଦେଶ ଏହି ବୈଠକରେ ଅନୁମୋଦନ କରାଯିବାର ସମ୍ଭାବନା ରହିଛି। ରିଲିଫ୍ ପ୍ୟାକେଜ୍ ମଧ୍ୟ ଅନୁମୋଦନ କରାଯିବ।ଲକ୍‌ଡାଉନ୍ ଏବଂ କରୋନାଭାଇରସ୍ ସ୍ଥିତି ସମ୍ବନ୍ଧରେ ମଧ୍ୟ ଏଥିରେ ଆଲୋଚନା କରାଯିବ ବୋଲି ‌ବିଶେଷସୂତ୍ରରୁ ପ୍ରକାଶ।ବାତ୍ୟା ଅମ୍ଫାନ ଯୋଗୁଁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯିବାକୁ ଥିବା ସ୍ପେସାଲ୍ ଟ୍ରେନ୍‌ଗୁଡ଼ିକୁ ମହାରାଷ୍ଟ୍ର ସରକାର ମେ ୨୧ ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବା କଥା ଆଜି ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରାଳୟର ସଚିବ ପରାଗ ଜୈନ୍ ଏକଥା ଘୋଷଣା କରିଛନ୍ତି।

Spread the love