ମମତାଙ୍କ ସହ କଥା ହେଲେ ନବୀନ

ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ  ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡ଼ିଶା ରହିଛି ବୋଲି ସେ କହିଥିଲେ। ତା’ସହ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ମମତାଙ୍କୁ ପଚାରି ବୁଝିଥିଲେ ନବୀନ। ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

Spread the love