ଆଜି ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ

ଭଜନ ସମ୍ରାଟ ଭିକାରୀ ବଳ। । ୧୯୨୯ ମସିହା ମେ ୨୫ ତାରିଖରେ କେନ୍ଦ୍ରାପଡ଼ାର ସୋବଳ ଗାଁରେ ଜନ୍ମଗ୍ରହଣ କରିଥିଲେ। ଜୀବନର ଝଡ଼ଝଞ୍ଜା ଭିତରେ କେବେବି ମହାପ୍ରଭୁ ଜଗନ୍ନାଥଙ୍କ ସେବାରୁ ନିଜକୁ ନିବୃତ କରିନଥିଲେ।

ଓଡ଼ିଆ ଭଜନକୁ ଲୋକଙ୍କ ହୃଦୟରେ ପହଞ୍ଚାଇବାରେ ତାଙ୍କର ରହିଛି ଅତୁଳନୀୟ ଅବଦାନ । କେବଳ ଭକ୍ତିଗୀତ ନୁହେଁ, ପଲ୍ଲୀଗୀତ ଓ ଓଡ଼ିଆ ଆଧୁନିକ ସଂଗୀତରେ ମଧ୍ୟ ସେ ତାଙ୍କର କଣ୍ଠର ଯାଦୁ ଛାଡ଼ି ଯାଇଛନ୍ତି । ଖୁବ କମ ବୟସରେ ବାପାମାଙ୍କୁ ହରାଇବା ପରେ ନବମ ଶ୍ରେଣୀ ପରେ ପଢା ବନ୍ଦ କରିଥିଲେ । ପରେ ସେ ଏକ ଯାତ୍ରା ଦଳରେ ଭଜନ ଗାୟକ ଭାବେ ଯୋଗ ଦେଇଥିଲେ ।ଏହା କିନ୍ତୁ ତାଙ୍କୁ ବେଶୀ ଦିନ ବାନ୍ଧି ରଖିପାରିନଥିଲା । କିଛି ଦିନ ସଙ୍ଗୀତ ଶିକ୍ଷକ ଭାବେ କାମ କଲାପରେ ୧୯୬୦ରେ କଳାବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ ।ଆକାଶବାଣୀ କଟକର ନିୟମିତ କଣ୍ଠଶିଳ୍ପୀ ଭାବେ ଅନେକ ଗୀତ ଗାଇ ସେ ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲେ । ପରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ତାଙ୍କୁ ଗୀତ ପାଇଁ ସୁଯୋଗ ଦେଇଥିଲେ ।କୋଠ ଭୋଗ ଖିଆ, ଷାଠିଏ ପଉଟି ଭୋଗରୁ ତୁମର, ହାତରେ ମୋ ମୁଠା ମୁଠା ଶରଧା ବାଲି ଆଦି ଭଜନ ଏବେ ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।୨୦୧୦ ନଭେମ୍ବର ୨ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଜି ତାଙ୍କ ଜୟନ୍ତୀରେ ତାଙ୍କୁ ଓଡ଼ିଶାବାସୀଙ୍କ ଶ୍ରଦ୍ଧାଞ୍ଜଳି ।

Spread the love