ଅନ୍ତର୍ଜାତୀୟ ମାନବାଧିକାର କାଉନସିଲ ପକ୍ଷରୁ ରିଲିଫ୍ ବଣ୍ଟନ

ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ପକ୍ଷରୁ ଏକ ରିଲିଫ୍ ବଣ୍ଟନ ହୋଇଛି।  ଭଞ୍ଜନଗରର କୁଲାଡ ସ୍ଥିତ ହରିଜନ ବସ୍ତି ନୂଆ ସାହି, ରଘୁନାଥ ମନ୍ଦିର ସାହି ଓ ବାରୁଡା ପଞ୍ଚାୟତ ର ବୋରିବନ୍ଧ ଗ୍ରାମର ୫୦୦ ଗରିବ ପରିବାର କୁ ମାସ୍କ,  ସାବୁନ୍, ବିସ୍କୁଟ ଓ ବ୍ରେଡ୍ ଖାଦ୍ୟ ସାମାଜିକ ଦୁରତ୍ଵ ବଜାୟ ରଖି ବଣ୍ଟନ କରାଯାଇଥିଲା। କିଛି ଓଡ଼ିଆ ପ୍ରବାସୀମାନଙ୍କୁ ମଧ୍ୟ ଭଂଜନଗର ବସ୍ ରହଣି ସ୍ଥଳରେ ଉକ୍ତ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଥିଲା । ଏଥିସହ ବାରୁଡ଼ା ଗ୍ରାମ ନିବାସୀ ସ୍ଵର୍ଗତ ସତ୍ୟବାନ୍ ସ୍ୱାଇଁଙ୍କ ପରିବାର ସହ ଆଲୋଚନାକରି ତାଙ୍କୁ ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ତରଫରୁ ୫୦୦୦ ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଅନ୍ତରଜାତୀୟ ମାନବାଧିକାର କାଉନ୍ସିଲ ଗଞ୍ଜାମ ଜିଲ୍ଲାର ପ୍ରମୁଖ  ସୁବ୍ରୋତ କୁମାର ନାୟକ, କାର୍ଯ୍ୟକାରୀ ପ୍ରମୁଖ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସମ୍ପାଦକ ସନ୍ତୋଷ କୁମାର ହୋତା ଓ ସୌମେନ୍ଦ୍ର ମହାନ୍ତି, ସହ ସମ୍ପାଦକ ଅଖିଳ ପ୍ରଧାନ, ଦକ୍ଷିଣ ଓଡ଼ିଶା ର ସହ ସଭାପତି, ପ୍ରବୀଣ କୁମାର ରାଉଳ, ମହିଳା ସଭାପତି  ସୁମିତ୍ରା କୁମାରୀ, ମହିଳା ସହ ସମ୍ପାଦକ  ରୁନା ପାଣିଗ୍ରାହୀ, ସହ ସମ୍ପାଦକ  ସୁନିଲ୍ ମିଶ୍ର, ଦୁର୍ନିତୀ ନିବାରଣ ଅଧିକାରୀ  ନାରାୟଣ ଗଉଡ, ଶିଶୁ ବିକାଶ ଅଧିକାରୀ  ନିବାସୀ ଗଉଡ, ସଭ୍ୟ ଟି ହରି ଗୋପାଳ ରାଓ, ସଭ୍ୟା ଜୟଲକ୍ଷ୍ମୀ, ପୋଲସରା ବ୍ଲକ୍ ସହ ସମ୍ପାଦକ ପୂର୍ଣ୍ଣ କୁଣ୍ଡ ଯୋଗ ଦେଇଥିଲେ।

Spread the love