ଦଇତାପତି ସେବାୟତଙ୍କର ହେବ କରୋନା ପରୀକ୍ଷା

ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।  ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ।  ଦଇତାପତି ସେବାୟତମାନେ ହୋମ୍ କ୍ବାରେଣ୍ଟାଇନରେ ରହିବେ।

ଏଥିସହ ଯେଉଁମାନେ ମହାପ୍ରଭୁଙ୍କ ନୀତିରେ ସାମିଲ ହେବେ ସେମାନଙ୍କର କରୋନା ପରୀକ୍ଷା କରାଯିବ। ଆସନ୍ତା ୨୭ ଓ ୨୮ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସେମାନଙ୍କର ସ୍ବାବ ସଂଗ୍ରହ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Spread the love