ରାଜ୍ୟରେ ପୁଣି ବଢିଲା ୭୬ କରୋନା ପଜିଟିଭ

ଭୁବନେଶ୍ୱର, ଆଜି ରାଜ୍ୟରେ ପୁଣି ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୯୩ରେ ପହଁଚିଛି।

ଏହି ୭୬ଜଣଙ୍କ ମଧ୍ୟରେ ୭୪ଜଣ କ୍ୱାରେଣ୍ଟିନେ ରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡିଛି। ବର୍ତମାନ ୮୫୩ଜଣ ଚିକିତ୍ସାଧୀନ ଥିବାବେଳେ ୭୩୩ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ବାଲେଶ୍ୱରରୁ ୨ ଜଣ, କଟକରୁ ୧୧ ଜଣ, ନୟାଗଡ଼ରୁ ୨ ଜଣ, ଜଗତସିଂହପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି |

Spread the love