ଅଭିନେତା ବିଜୟ ମହାନ୍ତି ଗୁରୁତର

ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ବିଜୟ ମହାନ୍ତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍‌ଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସିନେ କଳାକାର ସଂଘ ସାଧାରଣ ସଂପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦୁଇଦିନ ତଳେ ଦେହ ଖରାପ ହୋଇଥିଲା। ଏବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ରହିଛି। ଆଜି ଡାକ୍ତର ପରୀକ୍ଷା କରିବା ପରେ ସ୍ପଷ୍ଟ ସୂଚନା ମିଳିବ। 

Spread the love