ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର

ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକମାନଙ୍କୁ ସାମାଜିକ ଦୂରତାର ମହତ୍ୱ ବୁଝିବାକୁ ପଡ଼ିବ। ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ। ପ୍ରତ୍ୟେକ ମଣିଷଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। କରୋନା ଭାଇରସ ଲଢ଼େଇ ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛି ବୋଲି ପୁଲିସ କମିସନର କହିଛନ୍ତି।

Spread the love