ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ

 ଶାହାଙ୍କ ଭର୍ଚୁଆଲ ରାଲିର ପୋଷ୍ଟର ଏବଂ ଭିଡିଓ ରିଲିଜ
 ପ୍ରସ୍ତୁତି ବୈଠକରେ ରାଜ୍ୟର ୫ ହଜାରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ସାମିଲ
 ଭର୍ଚୁଆଲ ରାଲିରେ ୧ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ଯୋଡିବା ନେଇ ରୂପରେଖ ପ୍ରସ୍ତୁତ
ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି  ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର  ଜନସାଧାରଣଙ୍କୁ ସମ୍ଭୋଧିତ କରିବେ। ଏନେଇ ଆଜି ଦଳ ତରଫରୁ ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି
ପ୍ରସ୍ତୁତି ବୈଠକରେ ରାଜ୍ୟର ୫ ହଜାରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ସାମିଲ ଥିଲେ । ଏହି ଅବସରରେ ଭର୍ଚୁଆଲ ରାଲିର ପୋଷ୍ଟର ଏବଂ  ଭିଡିଓ ରିଲିଜ କରାଯାଇଛି । ଏହା ସହ ଏହି ରାଲି ରେ ୧ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ଯୋଡିବା ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା। ରାଜ୍ୟବାସୀ ବିଜେପି ସୋସିଆଲ ମିଡିଆ ଆକାଉଂଟ ଏବଂ ୟୁଟ୍ୟୁବ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ। ଏହି ଭର୍ଚୁଆଲ  ରାଲିର ପ୍ରସାରଣ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ କରାଯିବାର ବ୍ୟବସ୍ଥା ଏବଂ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ବାର୍ତା କିପରି ତୃଣମୃଳସ୍ତରରେ ପହଂଚି ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଭିଡିଓ କନଫରେନ୍ସି ପ୍ରସ୍ତୁତି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଆଇଟି ସେଲ ସଂଯୋଜକ ଅମିତ ମାଲଭିଆ, ମୋଦୀଙ୍କ ଏକ ବର୍ଷ ପୂର୍ତୀ କାର୍ଯ୍ୟକ୍ରମ ପ୍ରମୁଖ ପୃଥ୍ୱୀରାଜ ହରିଚନ୍ଦନ (ରାଜ୍ୟ ସାଧାରଣ
ସଂପାଦକ) ଏବଂ ଭର୍ଚୁଆଲ୍ ରାଲି ପ୍ରମୁଖ ରଂଜନ ପଟେଲ(ରାଜ୍ୟ ସାଧାରଣ ସଂପାଦକ) ଓ କାଳନ୍ଦୀ ସାମଲ (ରାଜ୍ୟ ସଂପାଦକ),  ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ମାନସ ମହାନ୍ତି (ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ)ଙ୍କ ସମେତ ରାଜ୍ୟର ସମସ୍ତ  ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ସଭାପତି, ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କ ସମେତ ରାଜ୍ୟର  ୫ ହଜାରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ସାମିଲ ଥିଲେ । ଟଙ୍କଧର ତ୍ରିପାଠୀ (ଯୁବମୋର୍ଚ୍ଚା ସଭାପତି) ଏହି ପ୍ରସ୍ତୁତି ବୈଠକକୁ ପରିଚାଳନା  କରିଥିଲେ ।
ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡିଆ ଭାଇ ଭଉଣୀମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ବିଗତ ୧ ବର୍ଷରେ
ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି । କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ପ୍ୟାକେଜ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love