ଦାଦା-ଖୁଡ଼ୀଙ୍କୁ ହାଣିଲା ପୁତୁରା

ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା । ଏପରି ନୃଶଂସ କାଣ୍ଡ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଗତକାଲି ଘଟିଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ସୂଚନା ଅନୁଯାୟୀ, ଜମିବାଡ଼ି ଭାଗବଣ୍ଟାକୁ ନେଇ ଦାଦା-ଖୁଡ଼ୀ ସହ ଦୀର୍ଘ ଦିନ ହେବ ପୁତୁରାଙ୍କର ମତାନ୍ତର ଲାଗି ରହିଥିଲା। ଗତକାଲି ସେମାନଙ୍କ ମଧ୍ୟରେ ବଚସା ଉଗ୍ର ରୂପ ଧାରଣ କରିବାରୁ ଉତ୍ତ୍ୟକ୍ତ ପୁତୁରା ଏକ ଧାରୁଆ ଅସ୍ତ୍ରରେ ଦାଦା-ଖୁଡୀଙ୍କୁ ହାଣି କୂଅରେ ଫିଙ୍ଗି ଦେଇଥିଲା । ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ କୂଅ ଭିତରେ ଏବେବି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡ଼ି ରହିଥିବା ଜଣାଯାଇଛି।

Spread the love