ସ୍ୱାମୀଙ୍କର ଭାଙ୍ଗିଯାଇଥିଲା ଗୋଡ, ପିଠିରେ ଲଦି ବୋହି ବୋହି ୟୁପିରୁ ମହାରାଷ୍ଟ୍ର ନେଲେ ସ୍ତ୍ରୀ

କୁହାଯାଏ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ ଅଲଗା। ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ଦୁଇଟି ମନର ମିଳନ ହୋଇଥାଏ। ଦୁଇଟି ଆତ୍ମାର ମିଳନ ହୋଇଥାଏ। ଦୁଇଟି ଶରୀରର ମିଳନ ହୋଇଥାଏ। ଆଉ ସ୍ୱାମୀ ସ୍ତ୍ରୀଙ୍କ ଏହି ବନ୍ଧନ ଗୋଟିଏ କି ଦୁଇଟି ନୁହେଁ ସାତ ଜନ୍ମର ବନ୍ଧନ ହୋଇଥାଏ। ସ୍ତ୍ରୀକୁ ସ୍ୱାମୀଙ୍କର ଅର୍ଦ୍ଧାଗିନି ବୋଲି କୁହାଯାଏ। କାହିଁକିନା ବହୁତ ସମୟରେ ଆମେ ଦେଖିଥାନ୍ତି ଯେ ଯଦି ସ୍ୱାମୀଙ୍କର କୌଣସି ଅଙ୍ଗ ଅକାମୀ ହୋଇଯାଏ ତାହେଲେ ଜଣେ ସ୍ତ୍ରୀ ହିଁ ତାଙ୍କ ଜୀବନର ସାହାରା ହୋଇଥାନ୍ତି। ଆଉ ଏମିତି ହିଁ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

କରୋନା ଭାଇରସ କାରଣରୁ ସବୁଠାରୁ ଅଧିକ ସମସ୍ୟା ହେଉଛି ପ୍ରବାସୀଙ୍କୁ। ତେବେ ଲକଡାଉନ ଭିତରେ ଆପଣ ପ୍ରବାସୀଙ୍କ ଘର ବାହୁଡାର ଅନେକ ଚିତ୍ର ଦେଖିଛନ୍ତି। କେଉଁଠି ଜଣେ ଝିଅ ବାପାକୁ ସାଇକେଲରେ ବସାଇ ୧୦୦୦ କିଲୋମିଟର ଚଲାଇ ଚଲାଇ ଆଣିଲାଣି ତ ଆଉ କେଉଁଠି ଜନ୍ମକଲା ପୁଅ ନିଜ ବୃଦ୍ଧ ବାପା ମା’ଙ୍କୁ ଘରୁ ତଡିଦେଲାଣି। ଏହି ଲକଡାଉନ ମଧ୍ୟରେ ଆପଣ ପଜିଟିଭ୍‌ ନେଗେଟିଭ୍‌ ଉଭୟ ଚିତ୍ର ଦେଖିଛନ୍ତି। ତେବେ ଏହାରି ଭିତରେ ଆଜି ଆମେ ଆପଣଙ୍କୁ ୟୁପି କାନପୁରର ଏକ ଘଟଣା ବିଷୟରେ ଜଣାଇବୁ। ଯେଉଁଠି ଜଣେ ମହିଳା ନିଜ ନିଜ ପତିବ୍ରତାର ପ୍ରମାଣ ଦେଇ ନିଜ ରୋଗିଣା ସ୍ୱାମୀଙ୍କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି।ଏହି ଘଟଣା ହେଉଛି କାନପୁର ସେଣ୍ଟ୍ରାଲ ଷ୍ଟେସନର। ଯେଉଁଠି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ପିଠି ଉପରେ ଲଦି ମହରାଷ୍ଟ୍ର ଯିବାକୁ ଥିବେ ଟ୍ରେନକୁ ଚଢ଼ୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସ୍ୱାମୀ ଚାଲିବାରେ ଅକ୍ଷମ ଥିଲେ ସେଥିପାଇଁ ମହିଳା ତାଙ୍କୁ ତାଙ୍କ ପିଠି ଉପରେ ବସାଇ ପ୍ଲାଟଫର୍ମ ପର୍ଯ୍ୟନ୍ତ ନେଇଗଲେ।

ଏହି ଦମ୍ପତି ହେଉଛନ୍ତି ମହାରାଷ୍ଟ୍ରର ଜଳଗାଁର। ମହିଳାଙ୍କ ନାମ ହେଉଛି ଜ୍ୟାତି ଆଉ ତାଙ୍କ କାନ୍ଧରେ ଥିବା ତାଙ୍କ ସ୍ୱାମୀଙ୍କ ନାମ ହେଉଛି ଦୀପକ। ଦୀପକ ବିଦ୍ୟୁତ ବିଭାଗରେ ଠିକା କାମ କରୁଥିଲେ। ଦେଢ଼ ମାସ ପୂର୍ବରୁ ଏକ ଦୁର୍ଘଟଣା କାରଣରୁ ତାଙ୍କ ସ୍ୱାମୀଙ୍କର ଦୁଇଟି ଗୋଡ ଭାଙ୍ଗି ଯାଇଥିଲା। ସେ ଠିକ ଭାବରେ ଚାଲିବା ତ ଦୁରର କଥା ଛିଡା ବି ହୋଇପାରୁନଥିଲେ। ତାଙ୍କ ଗୋଡ ପ୍ଲାଷ୍ଟର ହୋଇଥିଲା ଆଉ ସେ ଦୁଇ ପାଦରେ ଚାଲିବାକୁ ପୁରାପୂରି ଅକ୍ଷମ। ତେଣୁ ଜ୍ୟାତି ତାଙ୍କ ସ୍ୱାମୀଙ୍କର ସବୁ କାମ କରନ୍ତି। ସେ ତାଙ୍କୁ ପିଠିରେ ଲଦି କୌଣସି ବି କାମ ପାଇଁ ବାହାରକୁ ନେଇଯାନ୍ତି।

ବାସ୍ତବରେ ଏ ଚିତ୍ର ଦେଖିବା ପରେ ଲାଗୁଛି ସ୍ୱାମୀ ସ୍ତ୍ରୀଙ୍କ ବନ୍ଧନ ସବୁଠାରୁ ଅଲଗା ଆଉ ନିଆରା। କେତେ ବି ଝଡଝଞ୍ଜା ଆସିଲେ ବି ଦୁହେଁ ରହିଥାନ୍ତି ଦୁହିଁଙ୍କ ସାଥିରେ। ସଂସାରରେ ସ୍ୱାମୀ ବିନା ଯେମିତି ସ୍ତ୍ରୀ ଅଧୁରା ଠିକ ସେମିତି ସ୍ତ୍ରୀ ବିବା ସ୍ୱାମୀ ଅଧୁରା। କିନ୍ତୁ ଆଜିର ଦୁନିଆର ଆଧୁନିକ ଦମ୍ପତି ଛୋଟିଆ ଛୋଟିଆ କଥାରେ ଅଲଗା ହୋଇଯାଉଛନ୍ତି। ଆଉ ସେହି ମାନଙ୍କୁ ହିଁ ଏହି ଭିଡିଓରୁ କିଛି ଶିକ୍ଷା କରିବା ଉଚିତ।

Spread the love