8ରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଏହି ସୂଚନା ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ରାଜଧାନୀ ସମେତ ୨୨ଟି ସହରକୁ ଯୋଡ଼ିବ ବୋଲି ସେ କହିଛନ୍ତି।

କରୋନା ପାଇଁ ଲକଡାଡଉନ୍‌ ହେବା ପରଠାରୁ ରାଜ୍ୟରେ ସାଧାରଣ ବସ ସେବା ଅସୁବିଧା ଦେଖାଯାଇଛି। ଘରୋଇ ବସ୍‌ର ମାଲିକମାନେ କମ ଯାତ୍ରୀରେ ବସ ଚଳାଇବାକୁ ମନ କରୁ ନାହାନ୍ତି। ଫଳରେ ଯାତ୍ରୀମାନେ ଅନ୍ୟତ୍ର ଯିବାକୁ ହଇରାଣ ହେଉଛନ୍ତି। ଯାତ୍ରୀମାନଙ୍କର ଅସୁବିଧାକୁ ଦେଖି ଓଏସ୍‌ଆରଟିସି ସୋମବାର ଠାରୁ ବସ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି।

Spread the love