ରାଜ୍ୟ ସରକାରଙ୍କ ସହଯୋଗରେ ସ୍ୱତନ୍ତ୍ର ବିମାନରେ ଓଡିଶା ଫେରୁଛନ୍ତି ୩୫୦ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୭/୦୬:  ରାଜ୍ୟ ସରକାରଙ୍କ ସହଯୋଗରେ  ଜମ୍ମୁ, କାଶ୍ମୀର ଏବଂ  ହିମାଚଳ ପ୍ରଦେଶରୁ ୩୫୦ ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଆଜି ଅପରାହ୍ନରେ ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏୟାର ଏସିଆର ୩ଟି ସ୍ୱତନ୍ତ୍ର ବିମାନରେ ପ୍ରବାସୀମାନେ ଫେରୁଛନ୍ତି। ଗଞ୍ଜାମକୁ ଫେରିବେ ସର୍ବାଧିକ  ଓଡ଼ିଆ ।

ସେହିପରି ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳକୁ ଫେରିବେ ବୋଲି ଜଣାପଡିଛି। ସେମାନଙ୍କ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା ଓଡିଶା  ସରକାର ନିଶ୍ଚିତ କରିଛନ୍ତି। ଜାମ୍ମୁର ଅତିରିକ୍ତ ଡେପୁଟି କମିଶନର ଡଃ ତାହିର ଫିରଦୋଶ କହିଛନ୍ତି ଯେ, ଓଡ଼ିଶା ସରକାର ସେମାନଙ୍କ ବିମାନ ଟିକେଟ ପାଇଁ ବ୍ୟବସ୍ଥା କରିଛନ୍ତି।  ୧୨୨ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ଏୟାର ଏସିଆ ଚାର୍ଟାର୍ଡ ବିମାନରେ ଯାତ୍ରା କରିବେ। ଏହି ଲୋକମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗ, ପୁୁଞ୍ଚ, ରାଜୋରି ଆଦି  ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ।

ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯାଇଥିଲା। ଆଜି ପ୍ରାୟ ୩୬୬ ଜଣ ଯାତ୍ରୀ ଓଡିଶା ଅଭିମୁଖେ ଯାତ୍ରା କରିବେ। ସେଠାରେ ଯାତ୍ରୀମାନେ ଅଢେଇ ମାସ ରହିଥିଲେ। ସେମାନଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ଜଣେ ଯାତ୍ରୀ କହିଛନ୍ତି।

 

Spread the love