‘ବନ୍ଦେ – ଉତ୍କଳ – ଜନନୀ’କୁ ଉପଯୁକ୍ତ ମାନ୍ୟତା ମିଳିଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରେ ନିଜର ପ୍ରତିକ୍ରିୟା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ଜରିଆରେ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବା ଖୁସିଖବର । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆଙ୍କ ମନରେ ଦେଶାତ୍ମକବୋଧର ମଞ୍ଜି ଭରିଥିଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ । ବନ୍ଦେ ଉତ୍କଳ ଜନଜନୀକୁ ଉପଯୁକ୍ତ ମାନ୍ୟତା ମିଳିଲା ।

Spread the love