ବିମାନ ଦୁର୍ଘଟଣା, 2 ମୃତ

ଢେଙ୍କାନାଳରେ ଟ୍ରେନିଂ ବିମାନ ଦୁର୍ଘଟଣା । ଟ୍ରେନିଂ ନେଉଥିବା ଦୁଇ ପାଇଲଟଙ୍କ ମୃତ୍ୟୁ । ବୀରାଶାଳ ଏୟାରଷ୍ଟ୍ରିପ୍ ରେ ଏବି ବିମାନ ଦୁର୍ଘଟଣା ଘଟିଛି । ଟ୍ରେନିଂ ବେଳେ ବିମାନ କ୍ରାସ୍ ହୋଇ ଖସି ପଡିଛି । ମୃତ ଦୁଇ ପାଇଲଟଙ୍କ ଭିତରୁ ଜଣେ ଟ୍ରେନର ହୋଇଥିବା ବେଳେ ଅନ୍ୟ ଜଣେ ତାଲିମ ନେଉଥିଲେ । ଟ୍ରେନିଂ ନେଉଥିବା ପାଇଲଟ ଜଣେ ମହିଳା । ବିମାନ ଖସି ପଡିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।ସୂଚନାଯୋଗ୍ୟ ଯେ, ସେମାବାର ଦିନ ସକାଳ ସମୟରେ ଢେଙ୍କାନାଳର ବୀରାଶାଳ ଏୟାରଷ୍ଟ୍ରିପରେ ପ୍ରତିଦିନ ପରି ଟ୍ରେନିଂ ପାଇ ବିମାନଟି  ବାହାରିଥିଲା । ଗତ  କିଛି ଦିନ ତଳେ ହେଲା ଲକ୍‌ଡାଉନ୍‌ ପାଇଁ ଏୟାରଷ୍ଟ୍ରିପ୍‌ରେ ଟ୍ରେନିଂ ବନ୍ଦ ଥିଲା । ତେବେ କିଛି ଦିନ ହେଲା ପୁଣି ଥରେ ଟ୍ରେନିଂ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳ ସମୟରେ ଟ୍ରେନିଂ ସମୟରେ ବିମାନଟି କ୍ରାସ୍‌ ହୋଇପଡିଥିଲା । ଯାହାକି ଏୟାରଷ୍ଟ୍ରିପ୍‌ ମଧ୍ୟରେ ପଡିଥିଲା ।ତେବେ ବିମାନଟି କ୍ରାସ୍‌ ହେବା ଦ୍ୱାରା ଦୁଇ ଜଣ ପାଇଲଟ ଗୁରୁତର ଭାବେ ଆହତ ହୋଇଥିଲା । ସେଠାରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ନିକଟସ୍ଥ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ୍‌ ଥିବା ସୂଚନା ରହିଛି । ସେହିଭଳି ଘଟଣାସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ । କିପରି ଓ କେମିତି ବିମାନଟ କ୍ରାସ୍‌ ହେଲା ତାହା ଜଣାପଡିନାହିଁ ।

Spread the love