ଗାଡି କାଗଜପତ୍ର ବୈଧତା ଅବଧି ବୃଦ୍ଧି

କରୋନା ଭୟାବହତା ପାଇଁ ପୁଣି ବଢିଲା ଗାଡି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧି । ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଥିବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହାକୁ ନେଇ ସବୁ ରାଜ୍ୟକୁ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ର ବୈଧତାକୁୁ ବୃଦ୍ଧି କରିଛନ୍ତି । ଏବେ ଭୟଙ୍କର କରୋନା ମାହାମାରୀ ସାରା ଦେଶକୁ ଅସ୍ତବ୍ୟସ୍ତ କରିଦେଇଥିବାରୁ ଗାଡି କାଗଜପତ୍ର ବୈଧତା ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ହେଲେ କରୋନା କହର କମିବା ପରେ ପୁଣି ଗାଡି ଚେକିଂ ଜୋରସୋର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।ପୂର୍ବରୁ ମଧ୍ୟ ସରକାର ସମସ୍ତ ଗାଡି ଚାଳକଙ୍କୁ ଗାଡିର ସମସ୍ତ କାଗଜ ପତ୍ର ସଠିକ ଭାବେ କରିବାକୁ କହିଥିଲେ ଏବଂ ଗାଡି ଚେକିଂ ଜୋରଦାର କରାଯିବା ସହ ପାଟ୍ରୋଲିଂ ବି କରାଯାଉଥିଲା । ଆମାନିଆ ଗାଡି ଚାଳକଙ୍କ ଠାରୁ ପୋଲିସ ଫାଇନ ମଧ୍ୟ ଆଦାୟ କରୁଥିଲା ।

Spread the love