ପ୍ରବାସୀ ଶ୍ରମିକଙ୍କ ପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ସଞ୍ଜୟ ଦାସବର୍ମା ଙ୍କ ଗୁରୁତ୍ଵ।ରୂପ

ଆଜି ରାଜ୍ୟ ଯୋଜନା ବୋର୍ଡର ଏକ ଉଚ୍ଚସ୍ତରୀୟ ବୈଠକ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ ଯେ, ଆମ ରାଜ୍ୟ ଯେତେବେଳେ କରୋନା ମହାମାରୀକୁ ମୁକାବିଲା କରୁଛି ସେତେବେଳେ ଆମର ସମସ୍ୟା ଓ ଆହ୍ୱାନର ରୂପରେଖ ସଂପୂର୍ଣ୍ଣ ରୂପେ ବଦଳିଯାଇଛି । ଗ୍ରାମୀଣ ଓଡ଼ିଶାରେ ଏବଂ ସହରାଞ୍ଚଳ ରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେ ରୁଥିବାରୁ କଭି ଳି ଅଧିକ ଶ୍ରମଦିବ ସ ସୃଷ୍ଟିକରି ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ ଏବଂ ରାଜ୍ୟର ଅର୍ଥନୀତିକୁ ଏଭଳି ସଂକଟ ସମୟରେ କିଭଳି ଗତିଶୀଳ ତଥା ସୁଦୃଢ଼ କରାଯାଇପାରିବ ସେଥିପାଇଁ ବିଭିନ୍ନ ସରକାରୀ ବିଭାଗମାନଙ୍କର ସମନ୍ୱିତ ଉଦ୍ୟମର ଆବଶ୍ୟକତା ରହିଛି । ତେଣୁ କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ବିଭାଗମାନେ ବିଭାଗର ବଜେଟ୍‌ ଭିତରେ ସେମାନଙ୍କର ରୋଡ୍‌ମ୍ୟାପ୍‌ ଅନୁଯାୟୀ ବ୍ୟୟ କରିବେ ଏବଂ ତା’ର ସଠିକ୍‌ ଉପଯୋଗ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସ୍ଥିତିରେ ଓଡ଼ିଶାର ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇପାରିବ ସେଥିପାଇଁ ବିଭିନ୍ନ ବିଭାଗ, ଷ୍ଟେକ୍‌ହୋଲଡର, ତୃଣମୂଳ ସ୍ତରର ସମସ୍ୟା ଏବଂ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଯନିଶୀଳ ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର
ସଂପୃକ୍ତ ବିଭାଗମାନେ ଆଜିର ବୈଠକର ବିବରଣୀ ପାଇବାର ସାତଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟକ୍ରମ ରିପୋର୍ଟ ଯୋଜନା ଓ ସଂଯୋଜନା ବିଭାଗରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ଲୋକମାନଙ୍କର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ରୋଜଗାର ସୃଷ୍ଟି ଓ ଅଧିକ ଶ୍ରମଦିବସ ସୃଷ୍ଟି ଏବଂ କମ୍‌
ସମୟ ମଧ୍ୟରେ ଶେଷ ହୋଇପାରୁଥିବା ତଥା ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love