ଆଜି ପୁଣି ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ, ୫୪ଜଣ କରୋନା ଯୋଦ୍ଧା ସଂକ୍ରମିତ

ଭୁବନେଶ୍ୱର, ୧୧/୦୬: ରାଜ୍ୟରେ ଆଜି ପୁଣି ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ  ଏନେଇ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଅନ୍ୟ ଦୁଇଜଣ ସ୍ଥାନୀୟ।  ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରେ  ଓଡିଆରଏଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର ୫୪ଜଣ କର୍ମଚାରୀ ଅଛନ୍ତି।

ଆଜି  ଖୋର୍ଦ୍ଧାରୁ ୧୭, କନ୍ଧମାଳରୁ୧୫, ମୟୂରଭଞ୍ଜରୁ ୯ କେନ୍ଦୁଝର ଜିଲ୍ଲାରୁ ୮, ଝାରସୁଗୁଡାରୁ ୪, ଢେଙ୍କାନାଳରୁ ୩, କଟକରୁ୭, କେନ୍ଦ୍ରାପଡ଼ାରୁ୧, ନୂଆପଡ଼ାରୁ ୨, ଗଜପତିରୁ ୭,  କଳାହାଣ୍ଡିରୁ୨, ଗଞ୍ଜାମରୁ ୩, ପୁରୀରୁ ୩ ଏବଂ  ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୨୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୨ ରହିଛି। ଅପରପକ୍ଷରେ ୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love