ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅସହାୟ ପିଲାମାନଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ

ଶିଙ୍ଗାଖୁଣ୍ଟା : ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆଜି ଆଉ ଏକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ କରାଯାଇଛି। ସଙ୍ଗଠନ ପକ୍ଷରୁ ମାଗଣାରେ ପୁସ୍ତକ ବଣ୍ଟନ କରାଯାଇଛି। ଦଶମ ଶ୍ରେଣୀରେ ବଦଳିଥିବା ସମସ୍ତ ବହି ଗରିବ ଓ ଅସହାୟ ପିଲାମାନଙ୍କୁ ପ୍ରଦାନ କରାଯାଇଛି। ତେବେ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି କିନ୍ତୁ ପିଲାଙ୍କ ପଢିବାର ଆଗ୍ରହ ଓ ଇଚ୍ଛା ଶକ୍ତି ଗରିବିର ଗାର ଡେଇଁ ଯାଇପାରୁନି। ସେମିତି କିଛି ପିଲାଙ୍କୁ ସାହାଯ୍ୟ କରି ସେମାନଙ୍କ ସ୍ବପ୍ନ ପୂରଣ କରିବାରେ ନୂଆ ପ୍ରୟାସ ଛୋଟ ପ୍ରୟାସଟେ କରି ଆସିଛି।

ତେବେ ସଭାପତି ଜ୍ୟୋତି ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶିକ୍ଷାବିତ୍ ମୁରଲୀଧର ପାଢୀ, କୈଳାସ ଚନ୍ଦ୍ର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପବନ୍ଧୁ ବେଜ, ଆଇନଜୀବୀ ନିରଞ୍ଜନ ଜେନା, ସମାଜସେବୀ ସୁନିଲ ରଞ୍ଜନ ବିଶ୍ବାଳ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ପୁସ୍ତକ ବାଣ୍ଟିଥିଲେ। ଏହି ଅବସରରେ ସମ୍ପାଦକ ରାମକୃଷ୍ଣ ବାରିକ, ଓମକାର ମିଶ୍ର, ପ୍ରଶାନ୍ତ ବାରିକ, ଶିକ୍ଷକ ମହେଶ୍ବର ବେହେରା, ବିଜୟ ବାରିକ, ସୁଜିତ ଗିରି, ମାନସ ରାଉତ, ମହେଶ୍ୱର ଦାସ ଆଦି ଅନେକ କର୍ମକର୍ତ୍ତା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Spread the love