ଆଖି ବୁଜିଲେ କରୋନା ଆକ୍ରାନ୍ତ ମହିଳା

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ ତାଙ୍କ ବୟସ  ୩୮ ବର୍ଷ।ମହିଳା କରୋନା ସଂକ୍ରମିତ ହୋଇଥିଲେ ବି ଦୀର୍ଘ ଦିନ ହେଲା ସେ ସୋରିଆସିସ୍ ରୋଗରେ ପୀଡ଼ିତ ଥିଲେ।  ସେପ୍ଟିକ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଦର୍ଶାଇବା ସହ ଅଦର ଦାନ୍ କୋଭିଡ୍ ପାଇଁ ଥିବା ସ୍ଥାନରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି କରାଯାଇଛି । ତେବେ କରୋନା ଜନିତ ମୃତ୍ୟୃ ସଂଖ୍ୟା ୯ରେ ସ୍ଥିର ରହିଥିବା ସ୍ୱାସ୍ଥ୍ୟ ବିଭାଗ  ୱେବସାଇଟରେ ଦର୍ଶାଇଛି।

Spread the love