ବିନା ଦର୍ଶକରେ ହେବ ଆଇପିଏଲ !

ବିନା ଦର୍ଶକରେ ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏନେଇ ଇସାରା କରିଛନ୍ତି।  କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିବା ବିଶ୍ବର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରାଯାଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।

ଗାଙ୍ଗୁଲି କହିଛନ୍ତି, ଆମେ ଆଇପିଏଲ ଆୟୋଜନ କରିବା ଲାଗି ପ୍ରସ୍ତୁତ ଅଛୁ ଏବଂ ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ କାମ କରୁଛୁ। ଦରକାର ପଡ଼ିଲେ ଖାଲି ଷ୍ଟାଡିୟମରେ ଅର୍ଥାନ ବିନା ଦର୍ଶକଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇପାରେ। ଖେଳାଳି, ପ୍ରସାରକ, ପ୍ରାୟୋଜକ ଏବଂ ଅନ୍ୟ ସମସ୍ତ ଅଂଶୀଦାର ଆଇପିଏଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଅନେକ ଭାରତୀୟ ଏବଂ ବିଦେଶୀ ଖେଳାଳି ଚଳିତବର୍ଷ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ଆଶାବାଦୀ ଅଛୁ ଏବଂ ବିସିସିଆଇ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେବ।

Spread the love