କୋଭିଡ-୧୯ ମୁକାବିଲା ନିମନ୍ତେ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ

ପୁରୀ: ପୁରୀ ଜିଲ୍ଲାରେ କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ଜୀବିକା ଉପାର୍ଜନ ଓ କର୍ମ ନିଯୁକ୍ତି ପାଇଁ ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତି ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଡ଼ି ଡିଆରଡିଏ ଶ୍ରୀ ବିଶାଲ ସିଂ ଙ୍କ ସମେତ କୃଷି, ଯୋଗାଣ, ପଶୁ ଧନ ବିଭାଗ, ଉଦ୍ୟାନ ଓ ଗ୍ରାମ୍ୟ ଉନ୍ନୟନ ପ୍ରଭୁତି ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭାଗ ର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ ।

ଉକ୍ତ ବୈଠକରେ ପ୍ରବାସୀ ଶ୍ରମିକଙ୍କ ସ୍କିଲ ମ୍ୟାପିଂ ଏବଂ ସେ ଅନୁଯାୟୀ ତାଲିମ ପ୍ରଦାନ, ନରେଗାରେ ମୋ ପୋଖରୀ ଏବଂ ପୌଷ୍ଟିକ ଉଦ୍ୟାନ, ଚାଷୀଙ୍କୁ ପୁରୀ ନିମାପଡ଼ା ବ୍ୟାଙ୍କ ଜରିଆ ରେ ୨୨୦ କୋଟି ଟଙ୍କା ଋଣ ଯୋଗାଇବା ଏବଂ ଶସ୍ୟ ବୀମାକୁ ବ୍ୟବସ୍ଥିତ କରିବା ପ୍ରଭୃତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଶ୍ରୀ ଦାସବର୍ମା ସମସ୍ତ ଅଧିକାରୀଙ୍କୁ ସମସ୍ତ ଯୋଜନାରେ ନୂଆ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିର୍ଦେଶ ଦେଇଥିଲେ।

Spread the love