କେ.ଏ.ଟି.ଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧,୦୫,୩୧୨ ଟଙ୍କା ପ୍ରଦାନ

ଶୁକ୍ରବାର କବିରାଜ ଅନନ୍ତ ତି୍ରପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଅଙ୍କୁଶପୁର ପକ୍ଷରୁ କୋଭିଡ୍‌-୧୯ ସଂକ୍ରମଣର ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ୫ ହଜାର ୩୧୨ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନିମନ୍ତେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚେକ୍‌ ଆକାରରେ ଏହି ଅର୍ଥ କେ.ଏ.ଟି.ଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ମହାବିଦ୍ୟାଳୟ
ତରଫରୁ ଏହାର ଅଧ୍ୟକ୍ଷ ପ୍ରଫେସର (ଡ.) ବିପିନ ବିହାରୀ ଖୁଣ୍ଟିଆ, ଅଧ୍ୟାପକ ଡ. ଶିବପ୍ରସାଦ ରାଉତ ଓ ଡ. ବିମଳ କୁମାର ପଣ୍ଡା ବାଚସ୍ପତିଙ୍କୁ ତାଙ୍କ ବିଧାନସଭାସ୍ଥ ପ୍ରକୋଷ୍ଠରେ ସାକ୍ଷାତ କରି ଏହି ଚେକ୍‌  ହସ୍ତାନ୍ତର କରିଥିଲେ । ମହାବିଦ୍ୟାଳୟର ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ଏହି ଦାନ ଅନ୍ୟମାନଙ୍କୁ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ  କରିଥିଲେ ।

Spread the love