ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ମହାନ୍ତି

ଭୁବନେଶ୍ୱର, ୧୪/୦୬: ଆଜି ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢି ସହ ଜଡିତ ଓଡ଼ିଶାର ପାରମ୍ପରିକ ଓ ଗଣପର୍ବ ରଜପର୍ବ ଅବସରରେ ଶୁଭକାମନା ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷ ସମସ୍ତେ କରୋନା ପାଇଁ ଜାରି କରାଯାଇଥିବା ନିୟମକୁ ପାଳନ କରିବାକୁ ଅନୁରୋଧ । ଘରେ ରହି ନିଜ ପରିବାର ବର୍ଗଙ୍କ ସହ ରଜପର୍ବ ପାଳନ କରନ୍ତୁ ।

Spread the love