ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ – ଧର୍ମେନ୍ଦ୍ର ପ୍ରଧାନ

ମହିଳା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି:
ଧର୍ମେନ୍ଦ୍ର ପ୍ରଧାନ
 ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ
 ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା କରିଛନ୍ତି
 ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ
 କରୋନା ସମୟରେ ମୋଦି ସରକାରଙ୍କ କାର୍ଯ୍ୟ କଳାପକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି
 ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଏବେ ବିନା କୌଣସି ସିକ୍ୟୁରିଟି ଜମାରେ ଲୋନ ନେଇ ଆତ୍ମନିର୍ଭର ହୋଇ
ପାରିବେ
ଭୁବନେଶ୍ୱର : ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢିଛି । ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ  ଅପେକ୍ଷା ୮୫ ପ୍ରତିଶତ ଲୋକ ମୋଦିଜୀଙ୍କୁ ବିଶ୍ୱାସ କରିଛନ୍ତି । ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା  କରିଛନ୍ତି । ରାଜ୍ୟବାସୀ ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଏବଂ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ମୋଦିଜୀଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି । ଓଡିଶାବାସୀ ଦାର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ବିଜେପି
ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି । ଗତ ନିର୍ବାଚନରେ ଜନତା ୯୧ ଲକ୍ଷରୁ ଅଧିକ ଭୋଟ ବିଜେପିକୁ ଦେଇଛନ୍ତି ।
ଅନ୍ୟପଟେ ପୂର୍ବ ଭାରତର ବିକାଶକୁ ମୋଦିଜୀ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ  ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗତ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । ପୂର୍ବଭାରତର  ସିଂହଭାଗର ଲାଭ କେବଳ ଓଡିଶା ହିଁ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଜନସମ୍ବାଦ ରାଲିକୁ ସମ୍ଭୋଧିକତ କରି କହିଛନ୍ତି ।

୧୫ ଅଗଷ୍ଟ ୨୦୧୪ରେ ଦେଶରେ ଶୌଚାଳୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ କହିଥିଲେ । ମା
ଭଉଣୀଙ୍କ ଉଜ୍ଜତ ଏବଂ ସ୍ୱାଭିମାନକୁ ରକ୍ଷା କରିବାକୁ ଯାଇ ମୋଦି ସରକାର ଏବେ ଦେଶରେ କୋଟି ଲୋକଙ୍କ ଘରେ ଶୌଚାଳୟ ଯୋଗାଇ ଦେଇଛି । ଆଜି କରୋନାର ମହା ବିପତି ସମୟରେ ୪ କୋଟି ମହିଳା ଏବଂ ଓଡିଶାର ୪୦ ଲକ୍ଷ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜନଧନ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ମୋଦି ସରକାର ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଂଟରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ଅଗ୍ରୀମ ଟଙ୍କା ପଠାଇଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନା, ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ, ଇନ୍ଦ୍ରଧନୁଷ ଯୋଜନାରେ ଟୀକା ପ୍ରଦାନ, ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ଆଦି ମୋଦି ସରକାର ମା ଭଉଣୀଙ୍କ ପାଖରେ ପହଂଚାଇଛନ୍ତି । ଗର୍ଭବତୀ ମା ଏବଂ ଶିଶୁ ପାଇଁ ସୁପୋଷଣ ଯୋଜନା ଲାଗୁ କରାଯାଇଛି । ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବିଜେପି ସରକାର ସବୁ ସମୟରେ ନିଜର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ପହଂଚାଇଥାଏ । ଗତ ୧ ବର୍ଷରେ ମୋଦି
ସରକାର ଜାମ୍ମୁ କାଶ୍ମିରୀରେ ଧାରା ୩୭୦ ଏବଂ ୩୫ (କ) ହଟାଇ ଗୋଟିଏ ରାଷ୍ଟ୍ର ଗୋଟିଏ ଧ୍ୱଜାର ପରିକଳ୍ପନାକୁ ବାସ୍ତବ ରୂପ
ଦେଇଛନ୍ତି । ମୋଦି ସରକାର ନାଗରିକତା ସଂଶେଧନ ଆଇନ ଆଣି ପଡେଶୀ ଦେଶର ଅଳ୍ପସଂଖ୍ୟକ ମାନଙ୍କୁ ଦେଶରେ ନାଗରିକତା
ପ୍ରଦାନ କରିବାର ମହାନ କାର୍ଯ୍ୟ କରିଛନ୍ତି । ଦେଶର ୮ କୋଟି ମୁସଲିମ ମହିଳାଙ୍କ ପାଇଁ ତିନ ତଲାକକୁ ହଟାଇ ତାଙ୍କ ସ୍ୱାଭିମାନକୁ  ବଂଚାଇ ରଖିଛନ୍ତି । ଦେଶର ୫୦ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ରାମମନ୍ଦିର କାର୍ଯ୍ୟ ବି ଖୁବଶୀଘ୍ର ଆରମ୍ଭ ହେବ । ଏହା ସହ ଗତ ୬ ବର୍ଷ ଧରି ଓଡିଶାର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇ ଦେଇ ସେମାନଙ୍କ ଆଖିରୁ ଲୁହ ପୋଛିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର କହିଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ ମାଧ୍ୟମରେ ମୋଦି ସରକାର ୧ଲକ୍ଷ ୭୦ ହଜାର କୋଟି ସାରା ଦେଶପାଇଁ ବ୍ୟବସ୍ଥା
କରିଛନ୍ତି । କରୋନା ଲକଡାଉନ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ହିତାଧୀକାରିଙ୍କୁ ମିଳିଛି ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ଓ ୧ କିଲୋ ଡାଲି । କରୋନା ପାଇଁ ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩ ମାସ ପାଇଁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି । ୨୦ କୋଟି ମହିଳାଙ୍କୁ ଜନଧନ ଆକାଉଂଟରେ ୧୫୦୦ ଟଙ୍କା ଲେଖାଏଁ ପଠାଇ ଦିଆଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଘୋଷଣା କରିଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଏବେ ବିନା କୌଣସି ସିକ୍ୟୁରିଟି ଜମାରେ ଲୋନ ନେଇ ଆତ୍ମନିର୍ଭର ହୋଇ ପାରିବେ ବୋଲି ଶ୍ରୀମତୀ ରାହତକର କହିଛନ୍ତି । ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ । ତିନ ତଲାକ, ଧାରା ୩୭୦ ଧାରା ହଟାଇ ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି । କରୋନା ସମୟରେ ମୋଦି ସରକାରଙ୍କ କାର୍ଯ୍ୟ କଳାପକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି । ମହିଳାମାନେ ଫେସ କଭର ତଥା ମାସ୍କକୁ ତିଆରି କରି କୋଟି କୋଟି ଲୋକଙ୍କୁ ପ୍ରଦାନ କରି ସେମାନଙ୍କୁ ସୁରକ୍ଷିତ ରଖିବାର କାର୍ଯ୍ୟ କରିଛନ୍ତି ବୋଲି ମହିଳା ମୋର୍ଚ୍ଚାରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜା ପାଣ୍ଡେ କହିଛନ୍ତି ।
ଏହିଭର୍ଚୁଆଲ ର‌୍ୟାଲିକୁ ମହିଳା ମୋର୍ଚ୍ଚାରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି ଭର୍ଚୁଆଲ ର‌୍ୟାଲିରେ ରାଜ୍ୟସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ତଥା ଭୁବନେଶ୍ୱର ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କସ୍ତୁରୀ ମିଶ୍ର, ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ଅଧ୍ୟକ୍ଷା, ପଦାଧିକାରୀ, ମଣ୍ଡଳସ୍ତରୀୟ ମହିଳା ପଦାଧିକାରୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ ।

Spread the love