ଚିହ୍ନଟ ହେଲେ ୧୭୫ ଆକ୍ରାନ୍ତ, ଗଜପତିରେ ସବୁଠୁ ଅଧିକ

ରାଜ୍ୟରେ ୧୫ ଜିଲ୍ଲାରୁ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୪୫ ଓ ୩୦ଟି ଲୋକାଲ୍ କେସ୍ ଥିବା ଜଣାଯାଇଛି।ନୂଆ  ଚିହ୍ନଟ ହୋଇଥିବା ୧୭୫ ଆକ୍ରାନ୍ତଙ୍କ ମଧ୍ୟରୁ  ଗଜପତିରେ ସର୍ବାଧିକ ୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଖୋର୍ଦ୍ଧାରୁ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳରୁ ୭, ଜଗତସିଂପୁରରୁ ୭, ବାଲେଶ୍ୱରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ  ଓ  ମୟୂରଭଞ୍ଜରୁ ୫ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରୁ ୪, କଟକ ଓ ବଲାଙ୍ଗିରରୁ ୩ ଜଣ ଲେଖାଏ,  ଝାରସୁଗୁଡାରୁ , କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାବ୍ୟତୀତ କୋଲକତାରୁ ଫେରିଥିବା ଅମ୍ଫାନ ଉଦ୍ଧାରକାରୀ ଦଳର ୨୧ ଜଣଙ୍କର ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାପଡ଼ିଛି।

Spread the love