ସୁଶାନ୍ତଙ୍କ ଆତ୍ମହତ୍ୟା: କୋର୍ଟରେ ସଲମାନ ଓ କରନ ଜୋହରଙ୍କ ନାଁରେ ମାମଲା

ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମଘଟଣାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଆଜି ଜଣେ ଓକିଲ ୮ ଜଣ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିହାରର ଏକ ଲୋକାଲ କୋର୍ଟରେ ଓକିଲ ଜଣଙ୍କ ସଲମାନ ଖାନ, କରନ ଜୋହର, ଏକତା କପୁରଙ୍କ ଭଳି ବ୍ୟକ୍ତିବିଶେଷଙ୍କ ନାଁରେ ଅପରାଧିକ ଅଭିଯୋଗ ଦାଖଲ କରିଛନ୍ତି। କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି ଆସନ୍ତା ୩ ତାରିଖରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆଇନଜୀବୀ ସୁଧୀର କୁମାର ଓଝା ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ଏହି ୮ ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଉପରେ ଚାପ ପକାଇଥିଲେ। ଏପରି କି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ମାମଲା ଚାଲିବା ଦରକାର।ସଲମାନ, କରନ ଓ ଏକତାଙ୍କ ବ୍ୟବତୀତ ସୁଧୀର ତାଙ୍କ ଅଭିଯୋଗରେ ଆଦିତ୍ୟ କପୁର, ସାଜିଦ ନାଡିଆଡୱାଲା, ସଞ୍ଜୟ ଲୀଲା ବଂଶାଲୀ, ଭୂଷଣ କୁମାର ଓ ନିର୍ଦ୍ଦେଶକ ଦୀନେଶଙ୍କ ନାଁ ମଧ୍ୟ ଯୋଡ଼ିଛନ୍ତି। ଏହି ବ୍ୟକ୍ତିବିଶେଷମାନଙ୍କ ପାଇଁ ସୁଶାନ୍ତଙ୍କ ଫିଲ୍ମକୁ ଷଡ଼ଯନ୍ତ୍ର କରି ରିଲିଜ କରିବାକୁ ଦେଉ ନଥିଲେ ଏବଂ ଏମାନଙ୍କର ପ୍ରବଞ୍ଛନାରେ ସୁଶାନ୍ତଙ୍କୁ କୌଣସି ଫିଲ୍ମ ପୁରସ୍କାର ଉତ୍ସବକୁ ମଧ୍ୟ ନିମନ୍ତ୍ରଣ କରାଯାଉ ନଥିଲା।

ସୁଶାନ୍ତଙ୍କ ମୃତ୍ୟୁ କେବଳ ବିହାର ନୁହେଁ ବରଂ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ସେ ୫୦୬,୩୦୬,୧୦୯ ଓ ୫୦୪ ଧାରାରେ ଅଭିଯୋଗ କରିଥିବା ବେଳେ ଅନ୍ୟତମ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସାକ୍ଷୀ ଭାବେ ଉଲ୍ଲେଖ କରିଛନ୍ତି। ବଲିଉଡ ସୁଶାନ୍ତଙ୍କ ସଫଳତାକୁ ସହି ପାରୁ ନଥିବା କଙ୍ଗନା କହିଥିଲେ।ରବିବାର ଦିନ ସୁଶାନ୍ତ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ୬ ମାସ ହେଲା ସେ ଡିପ୍ରେସନରେ ଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Spread the love