ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର, ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର। ଚୀନ୍ ସେନାର ଆକ୍ରମଣରେ ସହିଦ୍ ହୋଇଥିବା ନନ୍ଦୁଲାଲ ସୋରେନ୍ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲା ଦୁଇ ସହିଦଙ୍କ ମରଶରୀର। ଶେଷ ସମ୍ମାନ ଜଣାଇବାକୁ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି। ୩ ସେନାବାହିନୀ, ପୁଲିସ, ରାଜନେତା ପ୍ରମୁଖ ଉପସ୍ଥିତ ଅଛନ୍ତି। ସୂଚନା ଅନୁଯାୟୀ, ଭାରତ-ଚୀନ ସୀମା ସଂଘର୍ଷରେ ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଛନ୍ତି।

ଲଦାଖର ଗଲୱାନ ଉପତ୍ୟାକାରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଯବାନମାନଙ୍କୁ ନିଜ ନିଜ ଘରକୁ ସସମ୍ମାନେ ପଠାଯାଇଛି। ଜଣେ କମାଣ୍ଡିଂ ଅଫିସର୍‌ଙ୍କ ସମେତ ୨୦ ଜଣ ସହିଦ ଯବାନ କଫିନ୍‌କୁ ତ୍ରିରଙ୍ଗାରେ ଢଙ୍ଗାଯାଇ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।ଏହି ୨୦ ଜଣ ସହିଦ ଯବାନମାନଙ୍କ ମଧ୍ୟରେ ୨ ଜଣ ଯବାନ ତଥା ମୟୂରଭଞ୍ଜ ଜିଲ୍ଲା ବିଜତଳ ବ୍ଲକ ଚମ୍ପାରଦା ଗାଁର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କନ୍ଧମାଳର ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ ଅଛନ୍ତି। ସେପଟେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଜନ୍ମମାଟିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Spread the love