ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦେଶ୍ୟରେ ଏଓବିଏସ୍ଓ ଛାତ୍ରସଂଘ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ(ଏଓବିଏସ୍ଓ) ତରଫରୁ ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ ଭାରତର ୨୦ଜଣଙ୍କ ସହ ସେଥି ମଧ୍ୟରୁ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ଙ୍କ ଶହୀଦ ହେବା ଖବର ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆ ମାନଙ୍କ ମନକୁ ବ୍ୟଥିତ କରିଛି। ତାଙ୍କର ଦେଶ ପ୍ରତି ସାର୍ବଭୌମତ୍ୱ ଏବଂ ଦେଶଭକ୍ତିର ଏହି ବଳିଦାନ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ଅବସରରେ ଦେଶର ସାର୍ବଭୌମତ୍ୱ ଏବଂ ଦେଶଭକ୍ତି ର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଅବସରରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବୀରଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଏଓବିଏସ୍ଓ ଛାତ୍ର ସଂଘର ଉପଦେଷ୍ଟା ତଥା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଧୃତି ମାର୍ଥା, ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ଯୁବ ବିଜେଡି ସଂଘଠନ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା ଓ ରାଜ୍ୟ ପରିଷଦ ସଦସ୍ୟ ପ୍ରସନ୍ନ ପାଣି ଙ୍କ ଉପସ୍ଥିତିରେ ମୁଖ୍ୟ ସଂଘଠନ ପବନ କୁମାର ସ୍ୱାଇଁ ଓ ଏଓଡିଏସ୍ଓ ଛାତ୍ର ସଂଘର ମୁଖ୍ୟ ସଂଘଠନ ଅନନ୍ତ ନାରାୟଣ ଜେନା ନେତୃତ୍ୱରେ ରାଜ୍ୟ ପରିଷଦ ସଦସ୍ୟ ସ୍ମୃତିରାଜ ମହାନ୍ତି, ଶ୍ରୀତମ ପଟ୍ଟନାୟକ, ଶୁଭନାରାୟଣ ନାୟକ, ସୌମ୍ୟ ସାମଲ ,ସାଇକୃପା ବିଷୋୟୀ , ସ୍ୱାଗତ ମହାପାତ୍ର ଆଦି ସଦସ୍ୟମାନେ ଉପସ୍ଥିତି ଥିଲେ।

Spread the love