ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌

ପୁଲୱାମା ଆତଙ୍କୀ ହମ୍‌ଲା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ ଇ-ମହମ୍ମଦର ହାତ ରହିଥିବା ସ୍ପଷ୍ଟ ହୋଇଛି। ଏହି ହମ୍‌ଲାରେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। 

ସାରା ଦେଶକୁ ଏହି ବଡ଼ଧରଣର ଆତଙ୍କବାଦୀ ହମ୍‌ଲା ଦୋହଲାଇ ଦେବା ସହ ଉରି ସେନା କ୍ୟାମ୍ପ ହମ୍‌ଲା କଥାକୁ ମନେ ପକାଇ ଦେଇଛି। ଉରି ସେନା କ୍ୟାମ୍ପ ହମ୍‌ଲାରେ ୧୯ ଜଣ ଯବାନ ସହିଦ ହୋଇଥିଲେ।

ଏହାର ପ୍ରତିଶୋଧ ପାଇଁ ଭାରତୀୟ ସେନା ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଏବେ ପୁଣିଥରେ ସେନେ ସମାନ ନୀତି ଆପଣାଇବାର ସଙ୍କେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି।

ସେ ଏହି ଆକ୍ରମଣକୁ ଘୃଣ୍ୟ କହିବା ସହ ନିନ୍ଦା କରିଛନ୍ତି। ଏଥିସହ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେହିପରି ପୁଲୱାମା ହମ୍‌ଲା ପରେ ଶ୍ରୀ ମୋଦି ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏହି ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି।

Spread the love