ଆସନ୍ତାକାଲି ସୂର୍ଯ୍ୟୋପରାଗ; କେଉଁ ସମୟରେ ପାକ ଛାଡ ଜାଣନ୍ତୁ…
ଭୁବନେଶ୍ୱରଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍ ୮ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍ ୯ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍ ୫୧ ସେକେଣ୍ଡରେ ହେବ । କଟକଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍ ୧୪ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ ୨୩ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୧୦ ମିନିଟ୍ ୫ ସେକେଣ୍ଡରେ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍ଠାରୁ ୩ ଘଣ୍ଟା ୩୩ ମିନିଟ୍ ରହିବ ।ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶନିବାର ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ବିଧିବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।