ଆଜି ଅର୍ଥ ବିଭାଗ ଦାୟିତ୍ୱକୁ ଫେରିବେ ଅରୁଣ ଜେଟ୍‌ଲୀ

ପ୍ରାୟ ମାସେ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସିତ ହୋଇ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶୁକ୍ରବାର ଦିନ ପୁଣି ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଜେଟ୍‌ଲୀଙ୍କ ଅନୁପସ୍ଥିତିରେ ତାଙ୍କ ବିଭାଗ (ଫାଇନାନ୍‌ସ୍‌ ଆଣ୍ଡ୍‌ କର୍ପୋରେଟ୍‌ ଆଫାୟାର୍ସ) ସାମୟିକ ଭାବେ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କୁ ଦିଆଯାଇଥିଲା। ନ୍ୟୁୟର୍କ ଠାରେ ଚିକିତ୍ସିତ ହୋଇ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲି ଫେବ୍ରୁଆରି 9 ତାରିଖ ଦିନ ଭାରତକୁ ଫେରି ଆସିଥିଲେ। ବିଭାଗ ନ ଥାଇ ମନ୍ତ୍ରୀ ପାହ୍ୟାରେ ଥିବା ଜେଟ୍‌ଲିଙ୍କର ଗତ ବର୍ଷ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ବୃକ୍କ୍‌ ପ୍ରତିରୋପଣ କରାଯାଇଥିଲା। ଭାରତ ବାହାରେ ଥିଲେ ମଧ୍ୟ ଜେଟ୍‌ଲି ଟ୍ଵିଟର୍‌ରେ ସକ୍ରିୟ ଥିଲେ ଏବଂ ନିୟମିତ ତାଙ୍କ ବ୍ଲଗ୍‌ ପୋଷ୍ଟ୍‌ କରୁଥିଲେ।

Spread the love